ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ମାସ ୧୧ ତାରିଖରୁ ସରକାରୀ ଓ ଘରୋଇ କାର୍ଯ୍ୟ ସ୍ଥଳରେ ଟିକାକରଣ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଲାଗି ଗତକାଲି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
୪୫ ବର୍ଷ ବୟସରୁ ଊଦ୍ଧ୍ୱର୍ ବୟସର ଲୋକଙ୍କୁ ପାଖରେ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଟିକା ପହଞ୍ଚାଇବା ପାଇଁ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି ।