ୟୁ.ଜି.ସି ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ଲାଗି ମାର୍ଗଦର୍ଶିକା ଜାରି
ୟୁ.ଜି.ସି. – କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବା ପରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ – ୟୁ.ଜି.ସି ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର କିଂବା ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ନିରାପଦ ବୋଲି ଘୋଷଣା ହେବା ପରେ ଏଗୁଡ଼ିକ ଖୋଲାଯାଇ ପାରିବ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯିବ। ସେହିପରି କଣ୍ଟେନ୍ମେଣ୍ଟ ଜୋନ୍ରେ ରହୁଥିବା ଛାତ୍ର ତଥା କର୍ମଚାରୀଙ୍କୁ ପରିସରରେ ପ୍ରବେଶ କରିବାପାଇଁ ଅନୁମତି ମିଳିବ ନାହିଁ। ୟୁ.ଜି.ସି. ଗାଇଡ୍ ଲାଇନ୍ ପ୍ରକାଶ ପାଇଥିବା ବେଳେ ଏ ନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ୍ କହିଛନ୍ତି ।