ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ କମିଶନ୍‍ ୟୁ.ଜି.ସି. ସାଧାରଣ ବିଶ୍ୱବିଦ୍ୟାଳୟ
ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଦାଖଲ ଶେଷ ସମୟ ଆସନ୍ତା ୨୨
ତାରିଖ ପର୍ଯ୍ୟନ୍ତ ବୃଦ୍ଧି

98

ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ କମିଶନ୍‍ ୟୁ.ଜି.ସି. ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଦାଖଲ ଶେଷ ସମୟ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୨୦୨୨ ଶିକ୍ଷା ବର୍ଷ ପାଇଁ ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ସକାଶେ କେନ୍ଦ୍ରୀୟ, ରାଜ୍ୟ, ବେସରକାରୀ ଓ ଡିମ୍‍ଡ୍‍ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପାଇଁ ଏହି ସମୟସୀମା ବୃଦ୍ଧି କରାଯାଇଛି । ୟୁ.ଜି.ସି. ଅଧ୍ୟକ୍ଷ ପ୍ରଫେସର୍‍ ଏମ୍‍. ଜଗଦେଶ କୁମାର କହିଛନ୍ତି, ଏହି ସମୟସୀମା ବୃଦ୍ଧି କରାଯିବା ଦ୍ୱାରା ପ୍ରବେଶିକା ପରୀକ୍ଷା ପାଇଁ ବିଦ୍ୟାର୍ଥୀମାନଙ୍କୁ ଅତିରିକ୍ତ ସୁଯୋଗ ମିଳିବ । ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ସକାଶେ ଆଜି ଶେଷ ତାରିଖ ରହିଛି ।

Comments are closed, but trackbacks and pingbacks are open.