ଭୁବନେଶ୍ୱର . – ସରକାରଙ୍କ ଆଦେଶ ପତ୍ର ନଂ- ୪୧୬୪/RDE ୩୧.୦୩.୨୦୧୭ ଅନୁସାରେ କୌଣସି ବେତନ ଭୋଗୀ ଶିକ୍ଷକ ଶିକ୍ଷୟତ୍ରୀ,(ଲେକଚରର୍) ଆଧ୍ୟ୍ୟାପକ ,ଅଧ୍ୟ୍ୟପିକା କିମ୍ବା ଡେମନଷ୍ଟ୍ରେଟର କୌଣସି ଛାତ୍ର ଛାତ୍ରୀ ଙ୍କୁ ପ୍ରାଇଭେଟ୍ ଟ୍ୟୁସନ କରିପାରିବେ ନାହି । ସରକାର ଏହି ନିୟମ ପ୍ରଣୟନ କରିଛନ୍ତି । ମାତ୍ର ଅନେକ ସ୍ଥାନରେ ଏହାର ଖୋଲାଖୋଲି ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳୁଛି । ଖୁଲମଖୁଲା ଭାବରେ ଟ୍ୟୁସନ ଧ୍ୟାପକ ଓ ଶିକ୍ଷକ ଟ୍ୟୁସନ କରୁଥିବା ଅଭିଯୋଗ ହେଉଛି ।
ଏହାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି । ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ମେଲ୍ ଆଇଡି [email protected] ରେ ପ୍ରମାଣ ସହ ସୂଚନା ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଆର୍ଟିଇ ଆଇନି ଧାରା ୨୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୁପ୍ରିମ କୋର୍ଟ ମଧ୍ୟ ଟ୍ୟୁସନକୁ ନିଷିଦ୍ଧ ଘୋଷଣା କରିଛନ୍ତି ।