ଚଳିତବର୍ଷର ଘୋଷଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନବଯୌବନ ଦର୍ଶନ , ରଥଯାତ୍ରା , ବାହୁଡା ଯାତ୍ରା ଓ ସୁନାବେଶ ଉପଲକ୍ଷେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିରେ ପୁରୀ ସହରକୁ ରଥ ସମୟରେ ଯାନବାହାନ , ଟ୍ରାଫିକ , ପାର୍କିଂ , ସୁରକ୍ଷା ସହିତ ନବଯୌବନ ଦର୍ଶନ ଠାରୁ ସୁନାବେଶ ଦର୍ଶନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଚଳିତବର୍ଷର ରଥଯାତ୍ରାର ଭିଡକୁ ଦୃଷ୍ଟିରେ ରଖି ପୁଲିସ, ପ୍ରଶାସନ ପକ୍ଷରୁ ୩ ଜୁଲାଇ ଠାରୁ ଯାନବାହାନ ନିୟନ୍ତ୍ରଣ ପ୍ରତି କଟକଣା ଲାଗୁ କରାଯାଇଛି । ପ୍ରଶାସନ ପକ୍ଷରୁ ପ୍ରତି ନିର୍ଦିଷ୍ଟ ଛକମାନଙ୍କରେ ଏକ ସୁଚନା ଫଳକ ଲଗାଯିବାର ବ୍ୟବସ୍ଥା ହୋଇଛି ।
ବିରହରେକୃଷ୍ଣପୁର ଛକରୁ ତାଳବଣିଆକୁ ଓ ଫେରିବା ସମୟରେ ଗ୍ରୀଡଷ୍ଟସନ ଛକ ମେରାଇନ ଡ୍ରାଇଭ ରୋଡ ଦେଇ ଉତ୍ତରା , ନିମାପଡା ଓ କଟକ ଅଭିମୁଖେ ଯାଇପାରିବେ । ବିଶେଷକରି ଗହଳି, ଅପରାଧ , ଟ୍ରାଫିକର ନିୟନ୍ତ୍ରଣ ସହିତ ୨୪ ଘଣ୍ଟିଆ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ରଥପାଇଁ କରାଯାଇଛି । ସହର ମଧ୍ୟରେ ୨୪ଘଣ୍ଟିଆ ପାଟ୍ରୋଲିଂ , ସହରର ପ୍ରମୁଖ ଥାନାରେ ଷ୍ଟାଫ ସଂଖ୍ୟାରେ ବୃଦ୍ଧି ସହିତ ସନ୍ଧାନୀ କୁକୁର , ରାପିଡ ଆକ୍ସନ ଫୋର୍ସ , ବମ ଡିସପୋଜାଲ ସ୍କାର୍ଡ ଆଦି ରଥସମୟରେ ପ୍ରସ୍ତୁତ କରି ରଖାଯାଇଛି ।ଏହା ସହିତ ରଥର କର୍ଡନରେ ଦୁଇଟି ପ୍ରବେଶ ଦ୍ବାର ଲୋକାଳ ଅଫିସରଙ୍କୁ ଦାୟିତ୍ବରେ ରଖାଯିବ ବୋଲି ଏସପି ସୁଚନା ଦେଇଛନ୍ତି ।
ରଥଯାତ୍ରା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ସମୁଦ୍ରକୁଳ ଅଂଚଳରେ ଅଧିକମାତ୍ରାରେ ରହିଥାନ୍ତି । ସେଥିପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ତାଲିମ ପ୍ରାପ୍ତ ହୋମଗାର୍ଡଙ୍କ ସହିତ ସ୍ଥାନୀୟ ନୋଳିଆଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ବେଳାଭୂମିରେ ଥିବା ୱାଚ ଟାୱାରରେ ୱାରଲେଶ , ବାଇନାକୁଲାର ସହିତ ପୁଲିସ କର୍ମୀମାନେ ୧୨ ଘଣ୍ଟିଆ ସଜାଗ ରହିବେ ବୋଲି ଆରକ୍ଷୀ ଅଧୀକ୍ଷକ ଜଣାଇଛନ୍ତି ।