ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଗ୍ରାହକଙ୍କୁ ଠକାମି ମେସେଜ୍‌ ସମ୍ପର୍କିତ ସତର୍କ ସୂଚନା

129

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଆଜି ଗ୍ରାହକମାନଙ୍କ ପାଇଁ ଉପଦେଶାବଳୀ ଜାରି କରି ସେମାନଙ୍କୁ ଅସାଧୁ ତତ୍ୱମାନଙ୍କ ବିଷୟରେ ସତର୍କ କରାଯାଇଛି । ଗ୍ରାହକଙ୍କ ପୂର୍ବ ମାସର ବିଦ୍ୟୁତ ବିଲ୍‌ ଅପ୍‌ଡେଟ୍‌ ହୋଇନଥିବା ବାହାନା କରି କିଛି ଅସାଧୁ ବିଦ୍ୟୁତ ବିଚ୍ଛିନ୍ନ କରିବା (କାଟିବା) ସମ୍ପର୍କିତ ମେସେଜ୍‌/ ଏସ୍‌ଏମ୍‌ଏସ୍‌ ପଠାଉଛନ୍ତି ଏବଂ ଏକ ଅଜଣା ନମ୍ବର ୯୮୮୩୨୧୪୧୯୨ରେ ଇଲେକ୍ଟ୍ରିସିଟି ଅଫିସରଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି ଯାହା ସମ୍ପୂର୍ଣ୍ଣ ଭାବେ ଜାଲିଆତି ।
କେୱାଇସି୍‌ ଅପ୍‌ଡେଟ୍‌ ନାମରେ ମେ’ ମାସରେ ଏହିଭଳି ଜାଲ ମେସେଜ୍‌ ସାରା ଓଡ଼ିଶାର ଲୋକମାନଙ୍କୁ ପାଖକୁ ଆସିଥିଲା । ସେହି ସବୁ ଠକଙ୍କଠାରୁ ଦୂରରେ ରହିବା ପାଇଁ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ସେଭଳି ମେସେଜ୍‌/ କଲ୍‌ ବିଷୟରେ ପ୍ରତିକ୍ରିୟା ପ୍ରଦାନ କରିବା ପୂର୍ବରୁ କଡ଼ା ସତର୍କତା ଅବଲମ୍ବନ କରିବାକୁ ଟିିପିଏସ୍‌ଓଡିଏଲ୍‌ ପକ୍ଷରୁ ସମସ୍ତ ଗ୍ରାହକଙ୍କୁ କୁହାଯାଇଛି । ପେମେଂଟ୍‌ ସମୟରେ ଏକ୍‌ଜିକ୍ୟୁଟିଭ୍‌ଙ୍କୁୁ କୌଣସି ପାସ୍‌ୱାର୍ଡ, ଓଟିପି, ବ୍ୟାଙ୍କ ବିବରଣୀ ଦେବା କିମ୍ବା ଲାପଟପ୍‌/ ମୋବାଇଲ୍‌ ସ୍କ୍ରିନ୍‌ ସେୟାର କରିବାକୁ କଂପାନି କୌଣସି ଗ୍ରାହକଙ୍କୁ କେବେ ବି କୁହେନାହିଁ । ସମସ୍ତ ବିଲ୍‌ ପାଇଁ କେବଳ ସ୍ୱୀକୃତିପ୍ରାପ୍ତ ପେମେଂଟ୍‌ ବ୍ୟବସ୍ଥା ବ୍ୟବହାର କରିବାକୁ କଂପାନି ପରାମର୍ଶ ଦେଇଛି ।


ସମସ୍ତ ପ୍ରକାର ଆପତି ଅଭିଯୋଗ ପାଇଁ ଟିପିଏସ୍‌ଓଡିଏଲ୍‌ର ସମର୍ପିତ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୬୭୯୭/ ୧୯୧୨ ହେଉଛି ଏକକ ସମାଧାନ ସ୍ଥଳ । କାରବାର କିମ୍ବା ବ୍ୟାଙ୍କ ବିବରଣୀ ବିଷୟରେ ଜାଣିବାକୁ ଚାହୁଥିବା ଯେକୌଣସି ବ୍ୟକ୍ତି ମେସେଜ୍‌/ କଲ୍‌ ବିଷୟରେ ତୁରନ୍ତ ଜଣାଇବାକୁ କଂପାନି ଏହାର ସମସ୍ତ ଗ୍ରାହକମାନଙ୍କୁ ଆହ୍ୱାନ ଦେଇଛି ।
“ଠକାମି ମେସେଜ୍‌ ଉପରେ ଆମେ କଡ଼ା ନଜର ରଖିଛୁ ଏବଂ ଏଭଳି ଜାଲ ବିଷୟ ଉପରେ ଆମର ଗ୍ରାହକମାନଙ୍କୁ ସତର୍କ କରିବାକୁ ଚାହୁଛୁ । ଗ୍ରାହକମାନଙ୍କ ସମସ୍ତ ଅଭିଯୋଗ ପାଇଁ ଆମର ୩୬୦ ଡିଗ୍ରି ସମାଧାନ ରହିଛି ଓ ତେଣୁ, ଯେକୌଣସି ପ୍ରକାର ଆପତି/ ଅଭିଯୋଗ ପାଇଁ ଆମ ଗ୍ରାହକମାନେ ସ୍ୱୀକୃତିପ୍ରାପ୍ତ ମାଧ୍ୟମକୁ ବ୍ୟବହାର/ ଅନୁସରଣ କରନ୍ତୁ ବୋଲି ଆମେ ଚାହୁଛୁ । ସେଭଳି ଠକାମି ମେସେଜ୍‌ (ବାର୍ତା) ସଂପର୍କରେ ଆମ ଗ୍ରାହକମାନଙ୍କୁ ସତକ ରହିବାକୁ ବଅବଗତ କରୁଛୁ” ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ।

Comments are closed, but trackbacks and pingbacks are open.