ନିଜ ଶୌଚାଳୟ ରଙ୍ଗ କରନ୍ତୁ,ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଦେଶ ବ୍ୟାପୀ ସ୍ୱତନ୍ତ୍ର ଅଭିଯାନ
ନୂଆଦିଲ୍ଲୀ —ଶୌଚାଳୟର ମାଲିକାନା ଏବଂ ନିରନ୍ତ ଉପଯୋଗକୁ ପ୍ରୋତ୍ସାହନ ଦେବା ଏବଂ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ନିର୍ମାଣ କରାଯାଇଥିବା ଶୌଚାଳୟଗୁଡ଼ିକୁ ନୂଆ ରୂପ ପ୍ରଦାନ କରିବା ଲାଗି ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ପକ୍ଷରୁ ‘ସ୍ୱଚ୍ଛ ସୁନ୍ଦର ଶୌଚାଳୟ’ ନାମକ ମାସେ ବ୍ୟାପୀ ଚାଲିବାକୁ ଥିବା ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ 1 ଜାନୁଆରୀ ଠାରୁ ଆରମ୍ଭ ହୋଇଛି । ଏହି ଅଭିଯାନରେ ଗୋଟିଏ ସ୍ୱତନ୍ତ୍ର ପ୍ରତିଯୋଗିତା ସାମିଲ କରାଯାଇଛି, ଯାହାର ଅନ୍ତର୍ଗତ ସମସ୍ତ ଲୋକମାନଙ୍କୁ ନିଜ ଶୌଚାଳୟରେ ରଙ୍ଗ ଦେବା ଏବଂ ସଜାଇବାକୁ ପ୍ରୋତ୍ସାହିତ କରାଯାଉଛି । ଏହି ପ୍ରତିଯୋଗିତା ଗ୍ରାମ ପଞ୍ଚାୟତଗୁଡ଼ିକ ଦ୍ୱାରା ପ୍ରାୟୋଜିତ ହେବ, ଯେଉଁଥିରେ ଜିଲ୍ଲା ପ୍ରଶାସନ ସମନ୍ୱୟ କରିବ । ଏହି ଅଭିଯାନରେ ସାରା ଦେଶର 2.5 ଲକ୍ଷ ଗ୍ରାମ ପଞ୍ଚାୟତର ଗ୍ରାମୀଣ ଗୋଷ୍ଠୀ ସାମିଲ ହେବେ । ବ୍ୟକ୍ତିଗତ ବାସଗୃହ, ଗ୍ରାମ ପଞ୍ଚାୟତ ଏବଂ ଜିଲ୍ଲାଗୁଡ଼ିକୁ ରଙ୍ଗ ଦିଆଯାଇଥିବା ଶୌଚାଳୟଗୁଡ଼ିକର ସଂଖ୍ୟା ଏବଂ କାର୍ଯ୍ୟର ଗୁଣବତ୍ତା ଏବଂ ସୃଜନଶୀଳତା ଆଧାରରେ ସମ୍ମାନିତ କରାଯିବ ।
ଅଭିଯାନରର ଗୋଟିଏ ମାସର ଅବଧି କାଳରେ ପ୍ରତ୍ୟେକ ଘରର ମାଲିକଙ୍କୁ ନିଜ ଶୌଚାଳୟକୁ ରଙ୍ଗ ଦେବା, ସୃଜନଶୀଳ ଢଙ୍ଗରେ ସଜାଇ ସୁନ୍ଦର କରିବା ଲାଗି ପ୍ରୋତ୍ସାହିତ କରିବା । ଲୋକମାନେ ନିଜ ଶୌଚାଳୟଗୁଡ଼ିକୁ ସ୍ୱଚ୍ଛ ଭାରତ ‘ଲୋଗୋ’ ଏବଂ ସୁରକ୍ଷିତ ସୁରକ୍ଷା ବାର୍ତ୍ତାରେ ମଧ୍ୟ ସଜାଇପାରିବେ । ଏହି ଅଭିଯାନ ସମଗ୍ର ଗ୍ରାମୀଣ ଭାରତରେ ଆରମ୍ଭ କରାଯାଇଛି ଏବଂ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ପୋର୍ଟାଲ ମାଧ୍ୟମରେ ଏହାର ଅନୁଧ୍ୟାନ କରୁଛି । ଏହି ଅଭିଯାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁଯାୟୀ ଜନ ଆନ୍ଦୋଳନ ରୂପରେ ସ୍ୱଚ୍ଛ ଭାରତକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ଦ୍ୱାର ନିଆଯାଇଥିବା ଏକ ଅଭିନବ ପଦକ୍ଷେପ ।
ଗ୍ରାମୀଣ ଭାରତରେ ସ୍ୱଚ୍ଛତାର ପ୍ରସାର ପାଇଁ 98 ପ୍ରତିଶତ ଲକ୍ଷ୍ୟ ପୂର୍ବରୁ ହାସଲ କରାଯାଇସାରିଛି । ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ଆରମ୍ଭ ଠାରୁ ନେଇ ବର୍ତ୍ତମାନ ସୁଦ୍ଧା ଏହି ମିଶନ ଅନ୍ତର୍ଗତ 9 କୋଟିରୁ ଅଧିକ ଶୌଚାଳୟର ନିର୍ମାଣ ହୋଇସାରିଛି । ସୁରକ୍ଷିତ ସ୍ୱଚ୍ଛତା ପ୍ରକ୍ରିୟାକୁ ଆପଣାଇବା ଏବଂ ଦେଶକୁ ଖୋଲା ଶୌଚ ମୁକ୍ତ (ODF) କରିବା ଦିଗରେ ଶୌଚାଳୟ ପର୍ଯ୍ୟନ୍ତ ପହଁଚ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ମଧ୍ୟ ସତ୍ୟ ଭଲ ଭାବେ ସଫାସୁତରା ଏବଂ ସୁନ୍ଦର ଭାବେ ରଖାଯାଇଥିବା ଶୌଚାଳୟ ଲୋକମାନଙ୍କୁ ଲଗାତାର ଏହାର ଉପଯୋଗ ପାଇଁ ପ୍ରୋତ୍ସାହିତ କରିବ । ‘ସ୍ୱଚ୍ଛ ସୁନ୍ଦର ଶୌଚାଳୟ’ ଅଭିଯାନକୁ ଜନତାଙ୍କ ଭାଗୀଦାରି ଦିଗରେ ଏକ ଦୃଢ଼ ପଦକ୍ଷେ ଭାବେ ଦେଖାଯାଉଛି ।