ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍‍. ଶେଶାନଙ୍କର ପରଲୋକ

0 3,228

ଚେନ୍ନାଇ – ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍‍. ଶେଶାନଙ୍କର ଗତକାଲି ରାତିରେ ହୃଦ୍‍ଘାତରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା।

୧୯୫୫ ବ୍ୟାଚ୍‍ର ତାମିଲନାଡୁର କ୍ୟାଡରର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟ କରିଥିଲେ। ଭାରତୀୟ ନିର୍ବାଚନ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିବାରେ ଶ୍ରୀ ଶେଶାନ୍‍ଙ୍କ ଭୂମିକା ସବୁବେଳେ ସ୍ମରଣୀୟ ହୋଇ ରହିବ। ତାଙ୍କ ସମୟରେ ପ୍ରଥମ ଥର ପାଇଁ ଭୋଟର ପରିଚୟପତ୍ର କାର୍ଯ୍ୟକାରୀ ହୋଇଥିଲା। ଏବଂ ନିର୍ବାଚନ ଆଚରଣବିଧିକୁ କଡ଼ାକଡ଼ି ଲାଗୁ କରିବାରେ ସେ ସଫଳ ହୋଇଥିଲେ।

Leave A Reply