ଭୁବନେଶ୍ୱର – ଟିଟିଲାଗଡ଼ ସବ୍ଡିଭିଜନ୍ରେ ବିଭିନ୍ନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଟିଟିଲାଗଡ଼ ସହରରେ ନିର୍ମଣାଧୀନ ରେଲୱେ ଓଭରବ୍ରିଜ୍ ଏବଂ ଅଣ୍ଡରବ୍ରିଜ୍ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍କୁ ବଲାଙ୍ଗୀରରୁ ଟିଟିଲାଗଡ଼ ଜଙ୍କସନ୍ ପର୍ଯ୍ୟନ୍ତ ପ୍ରସାରଣ କରିବା ଏବଂ ରେଳବାଇ ତରଫରୁ ଟିଟିଲାଗଡ଼ରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ନେଇ ମନ୍ତ୍ରୀ ରେଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।