ଠିକ୍ ଭାବେ କାମ କରୁ ନଥିବା ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ
ଯାଜପୁର . – ଯାଜପୁର ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗରେ କିଛି ଦୁର୍ବଳ ପ୍ରଦର୍ଶନକାରୀ ଅଧିକାରୀ ଓ କର୍ମଚାରୀଙ୍କ ତାଲିକାପ୍ରସ୍ତୁତ କରିଚ୍ଥି ।
ଲୋକେ ତ୍ୱରିତ ନ୍ୟାୟ ନ ପାଉଥିବାରୁ ଏହି କର୍ମଚାରୀଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ରାଜସ୍ୱ ଅଧିକାରୀ ମାନଙ୍କ କାର୍ଯ୍ୟରେ ଉନ୍ନତି
ସଂପର୍କିତ ଆୟୋଜିତ କର୍ମଶାଳାରେ ଜିଲାପାଳ ଅଧ୍ୟକ୍ଷତା କରି କର୍ମଚାରୀ ମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ସୂଚନା ଥାଉକି, ପୂର୍ବରୁ ପଞ୍ଚାୟତ ରାଜ ବିଭାଗର କେତେକ କର୍ମଚାରୀଙ୍କର ଦୁର୍ବଳ ପ୍ରଦର୍ଶନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କୁ ଅର୍ପଣ କରାଯାଇଥିବା କାର୍ଯ୍ୟରେ ବେଶ ଊନ୍ନତି ପରିଲକ୍ଷିତ ହୋଇଚ୍ଥି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।