ଅଲଟିମେଟ ଖୋ ଖୋକୁ ଉପଭୋଗ କଲେ ଓଡିଆ ସିନେମା “ଡିୟର ପୁରୁଷ’ର କଳାକାରମାନେ

55

କଟକ, ୬ ଜାନୁଆରୀ ୨୦୨୪: ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରବିବାର ଗୁଜରାଟ ଜିଆଂଟ୍ସକୁ ୩୦-୨୭ ଗୋଲରେ ପରାସ୍ତ କରି ଅଲ୍ଟିମେଟ ଖୋ ଖୋ ସିଜନ-୨ର ସେମିଫାଇନାଲରେ ପ୍ରବେଶ କରିବାରେ ଓଡ଼ିଶା ତୃତୀୟ ଦଳ ହୋଇଛି । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଅଲ୍ଟିମେଟ୍ ଖୋ ଖୋର ମ୍ୟାଚ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ‘ଡିୟର ପୁରୁଷ\’ର ଷ୍ଟାର୍ କାଷ୍ଟ ଯଥା ଝିଲିକ ଭଟ୍ଟାଚାର୍ଯ୍ୟ, ବବି ମିଶ୍ର, ଦେବାଶିଷ ପାତ୍ର, ପାର୍ଥ ସାରଥୀ ରାୟ, ବିଏମ୍ ବୈଶାଳୀ, ଅନନ୍ୟା ମିଶ୍ର, ଅନୁରାଧା ପାଣିଗ୍ରାହୀ ଓ ଜିତ୍ ଚକ୍ରବର୍ତୀ ପ୍ରମୁଖ ଓଡ଼ିଶା ଜଗରନଟ୍ସ ଓ ଗୁଜରାଟ ଜିଆଂଟ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ରେ ଯୋଗ ଦେଇ ଘରୋଇ ଦଳକୁ ଉତ୍ସାହିତ କରିଥିଲେ । ସେମାନେ ମଧ୍ୟ ନିଜ ପ୍ରଶଂସକମାନଙ୍କୁ ମ୍ୟାଚ୍ ଦେଖିବା ଏବଂ ଓଡ଼ିଶା ଜଗରନଟ୍ସକୁ ସମର୍ଥନ କରିବା ଉତ୍ସାହିତ କରିଥିଲେ ।


ଏହି ଅବସରରେ ନିଜ ମତ ରଖି ଅଭିନେତା ପାର୍ଥ ସାରଥି କହିଛନ୍ତିଯେ, “ଆଜିର ମ୍ୟାଚରେ ଆମ ଫିଲ୍ମର ଷ୍ଟାରକାଷ୍ଟ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରି ବେଶ ଆନନ୍ଦିତ ଏବଂ ଓଡ଼ିଶା ଜଗରନଟ୍ସର ବିଜୟ ଏହି ଖୁସିକୁ ଆହୁରି ବଢ଼ାଇଦେଇଛି । ଖୋ ଖୋ ଭଳି ଅନ୍ୟାନ୍ୟ ପାରମ୍ପରିକ କ୍ରୀଡ଼ାକୁ ପୁଣି ପ୍ରାଧାନ୍ୟ ମିଳିବା ଏବଂ ଏକ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ନିଶ୍ଚିତ ରୂପେ ପ୍ରଂଶଂସାଯୋଗ୍ୟ ।” ସେହିଭଳି ଡିୟର ପୁରୁଷ ଫିଲ୍ମର ନିର୍ମାତା ତଥା ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, “ଆଜିର ଏହି ମ୍ୟାଚକୁ ଆମେ ଖୁବ ଉପଭୋଗ କରିଛୁ ଏବଂ ଆଗାମୀ ଦିନରେ କ୍ରୀଡ଼ା ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ଉପରେ ମଧ୍ୟ ଆମେ ବିଚାର କରୁଛୁ ।”

Comments are closed, but trackbacks and pingbacks are open.