ଭାରତରେ ଅଲ୍-ଇଲେକ୍ଟ୍ରିକ ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ଉନ୍ମୋଚିତ
ଭୁବନେଶ୍ୱର: ଭାରତରେ ଫାଷ୍ଟ-ଏଭର ବିଏମଡବ୍ଲୁ ଆଇ୫ର ଶୁଭାରମ୍ଭ କରାଯାଇଛି ଏବଂ ଏହା ସ୍ୱତନ୍ତ୍ର ଭାବେ ବିଏମଡବ୍ଲୁ ଏମ ପର୍ଫର୍ମାନ୍ସ ମଡେଲ, ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ୍ ଭାବେ ଉପଲବ୍ଧ ହେବ । ବିଏମଡବ୍ଲୁ ଏମ ଜିଏମବିଏଚର ଏକ ପର୍ଫର୍ମାନ୍ସ ମଡେଲ ଭାବେ ଅଲ୍-ଇଲେକ୍ଟ୍ରିକ ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ସ୍ୱତନ୍ତ୍ର ଏକ୍ସଟେରିୟର ଫିଚର ସହିତ ଷ୍ଟାଣ୍ଡାର୍ଡ ଭାବେ ଆସୁଛି । ଫାଷ୍ଟ-ଏଭର ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ଭାରତର ସମସ୍ତ ବିଏମଡବ୍ଲୁ ଡିଲରସିପଗୁଡିକରେ ଏକ କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ୍(ସିବିୟୁ) ଭାବେ ଉପଲବ୍ଧ ହେଉଛି । ଫାଷ୍ଟ-ଏଭର୍ ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ଟଙ୍କା.୧,୧୯,୫୦,୦୦୦ ର ଏକ ଏକ୍ସ-ଶୋରୁମ୍ ମୂଲ୍ୟରେ ଉପଲବ୍ଧ ହେଉଛି । ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ ବିକ୍ରମ ପାୱା କହିଛନ୍ତି, “ଫାଷ୍ଟ-ଏଭର ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ସହିତ ଆପଣ ଏକ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ଅନୁଭୂତି ପାଇପାରିବେ । ଏହା ସବୁଠାରୁ ସ୍ପୋର୍ଟି ଏକ୍ଜିକ୍ୟୁଟିଭ ସେଡାନର ୮ଟି ପିଢିର ବିରାସତକୁ ଏକତ୍ରିତ କରୁଛି- ‘୫’, ‘ଏମ’ର ଆଡ୍ରେନାଲାଇନ ଲାଡେନ୍ ପର୍ଫର୍ମାନ୍ସ ଓ ‘ଆଇ’ ସଷ୍ଟେନାବିଲିଟି । ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ୬ଷ୍ଠ ଇଲେକ୍ଟ୍ରିକ ଉତ୍ପାଦ ଭାବେ ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ଭାରତୀୟ ଲକ୍ଜରୀ ଇଲେକ୍ଟ୍ରିକ ମୋବିଲିଟି ସେଗ୍ମେଂଟ୍ରେ ଆମର ନେତୃତ୍ୱକୁ ଆହୁରି ସୁଦୃଢ କରିବ ।”
ଏହି କାର୍ ଅସୀମିତ କିଲୋମିଟର ପାଇଁ ଦୁଇ ବର୍ଷର ଷ୍ଟାଣ୍ଡାର୍ଡ ୱାରେଂଟି ସହ ଆସୁଛି । ରିପେୟାର ଇନ୍କ୍ଲୁସିଭ୍ ପରିଚାଳନାର ୩ୟ ବର୍ଷରୁ ୱାରେଂଟିକୁ ସର୍ବାଧିକ ୫ମ ବର୍ଷ ପର୍ଯ୍ୟନ୍ତ ବିନା କୌଣସି ମାଇଲେଜ୍ ସୀମାରେ ଏକ୍ସଟେଣ୍ଡ କରିପାରିବ । ଏଥିରେ ଥିବା ହାଇ-ଭୋଲ୍ଟେଜ ବ୍ୟାଟେରୀ ୮ ବର୍ଷ କିମ୍ବା ୧୬୦,୦୦୦ କିଲୋମିଟର ପର୍ଯ୍ୟନ୍ତର ଏକ ୱାରେଂଟି ବୈଧତାକୁ ସାମିଲ କରିଛି । ବିଏମଡବ୍ଲୁ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସେସ୍କୁ କଷ୍ଟମାଇଜ୍ଡ ଓ ଫ୍ଲେକ୍ସିବୁଲ ଫାଇନାନ୍ସିଆଲ ସଲ୍ୟୁଶନଗୁଡିକୁ ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ଡିଜାଇନ କରାଯାଇଛି । ଏଥିରେ ଆକର୍ଷଣୀୟ ମାସିକ କିସ୍ତି,୫ ବର୍ଷ ପର୍ଯ୍ୟନ୍ତ ନିଶ୍ଚିତ ବାୟ-ବ୍ୟାକ୍ ବିକଳ୍ପ ଏବଂ ଅନ୍ୟାନ୍ୟ ଲାଭୁଗୁଡିକ ସମେତ ଏକ ନୂଆ ବିଏମଡବ୍ଲୁକୁ ଅପ୍ଗ୍ରେଡ୍ ହେବା ପାଇଁ ସରଳ ଟର୍ମ ଏଣ୍ଡ ସୁଯୋଗ ଓ ବିକଳ୍ପ ସାମିଲ ରହିଛି ।
ଫାଷ୍ଟ-ଏଭର ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ଏକ ନିର୍ଦ୍ଧିଷ୍ଟ ପାୱାରଫୁଲ ଇଲେକ୍ଟ୍ରିକ ଡ୍ରାଇଭ୍କୁ ହଲ୍ମାର୍କ ଏମ ପର୍ଫର୍ମାନ୍ସ ବୈଶିଷ୍ଟ୍ୟତାଗୁଡିକ ସହ ମିଶ୍ରଣ କରିଛି । ଫ୍ରଂଟ୍ ଓ ରିୟର ଆକ୍ସେଲରେ ଦୁଇଟି ବହୁମାତ୍ରାରେ ଏକତ୍ରିତ ଡ୍ରାଇଭ୍ ୟୁନିଟ୍, ଯେଉଁଥିରେ ଇଲେକ୍ଟ୍ରିକ ମୋଟର, ପାୱାର ଇଲେକ୍ଟ୍ରୋନିକ୍ସ ଓ ଟ୍ରାନ୍ସମିଶନଗୁଡିକ ଏକ ସାଧାରଣ ସ୍ଥାନରେ ଯତ୍ନର ସହ ଏକତ୍ରିତ ହୋଇଛନ୍ତି, ଏକ ଇଲେକ୍ଟ୍ରିକ ଅଲ୍-ହ୍ୱିଲ ଡ୍ରାଇଭ ସିଷ୍ଟମ ଗଠନ କରୁଛନ୍ତି । ଏହି କାର୍ ଘଂଟା ପ୍ରତି ୨୩୦ କିମିର ଏକ ଟପ୍ ସ୍ପିଡ୍ରେ ୩.୮ସେକେଣ୍ଡରେ ତତ୍କାଳ ୦ରୁ ୧୦୦କିମି ଘଂଟା ପ୍ରତି ବେଗରେ ଆକ୍ସିଲରେଟ କରିଥାଏ । ଏହା ୬୦୧ଏଚପିର ଆଉଟପୁଟ ଓ ୭୯୫ଏନଏମର ସର୍ବାଧିକ ଟର୍କ ଉତ୍ପନ୍ନ କରିଥାଏ । ହାଇ-ଭୋଲ୍ଟେଜ ବ୍ୟାଟେରୀ ୮୧.୨ କେଡବ୍ଲୁଏଚର ଏକ ବ୍ୟବହାରଯୋଗ୍ୟ ଏନର୍ଜି କଂଟେଂଟ୍ ପ୍ରଦାନ କରୁଛି । ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭରେ ୫୧୬ କିଲୋମିଟର ପର୍ଯ୍ୟନ୍ତ ଏକ ରେଞ୍ଜ ରହିଛି ଯାହାକୁ ଡବ୍ଲୁଏଲଟିପି ଟେଷ୍ଟ ସାଇକେଲରେ ନିର୍ଦ୍ଧାରଣ କରାଯାଇଛି । ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ଇନ୍ଷ୍ଟଲେଶନ ସହିତ ଏକ ମାଗଣା ୱାଲ୍ବକ୍ସ ଚାର୍ଜର୍ ସହିତ ଆସୁଛି ।
ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ବିଏମଡବ୍ଲୁ ଅପରେଟିଂ ସିଷ୍ଟମ ୮.୫ ସୂଚନା ଓ ମନୋରଞ୍ଜନ ପାଇଁ ଏକ ବିସ୍ତୃତ ଶୃଙ୍ଖଳାର ଡିଜିଟାଲ କଂଟେଂଟ୍, ଫଙ୍କ୍ଶନଗୁଠିକ ପାଇଁ ଦ୍ରୁତ ଅପ୍ଡେଟ ସାଇକେଲ, ଇଲେକ୍ଟ୍ରିକ ଭେଇକିଲ ପାଇଁ ଚାର୍ଜିଂ ପଏଂଟ୍ଗୁଡିକ ଉପରେ ଉନ୍ନତ ସୂଚନା ଓ ଅନେକ ସ୍ୱତନ୍ତ୍ର ଅନ୍ଲାଇନ ସେବାଗୁଡିକ ପାଇଁ ବର୍ଦ୍ଧିତ ପହଂଚ ପ୍ରଦାନ କରୁଛି । ଏହାର ଡିସ୍ପ୍ଲେ ଓ କଂଟ୍ରୋଲ ସିଷ୍ଟମ ବିଏମଡବ୍ଲୁ ଲାଇଭ୍ କକ୍ପିଟ୍ ପ୍ରଫେସ୍ନାଲ ସହିତ ମିଳିତ ଭାବେ ବିଏମଡବ୍ଲୁ ହେଡ୍-ଅପ୍ ଡିସ୍ପ୍ଲେକୁ ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ପ୍ରସାରିତ ହୋଇଛି । ଆଡ୍ଭାନ୍ସଡ ଡିସ୍ପ୍ଲେ ଓ ଅପରେଟିଂ ସିଷ୍ଟମ କଞ୍ଜ୍ୟୁମର ଇଲେ୍କ୍ଟ୍ରୋନିକ୍ସ ଡିଭାଇସ୍ଗୁଡିକ ଉପରେ ଆଧାରିତ ଏକ ଉନ୍ନତ ମେନ୍ୟୁ ଷ୍ଟ୍ରକ୍ଚର ସହିତ ଏକ ପୁନଃପରିକଳ୍ପିତ ଏଂଟ୍ରି ସ୍କ୍ରିନ ଓ “କ୍ୱିକ୍ସିଲେକ୍ଟ” ପ୍ରଦାନ କରୁଛି ।
ଷ୍ଟାଣ୍ଡାର୍ଡ ଉପକରଣଗୁଡିକରେ କ୍ରୁଜ୍ କଂଟ୍ରୋଲ, ଆଟେଂଟିଭ୍ନେସ୍ ଆସିଷ୍ଟାଂଟ୍, ପାର୍କିଂ ଆସିଷ୍ଟାଂଟ୍ ପ୍ରଫେସ୍ନାଲ ସହ ସ୍ମାର୍ଟଫୋନ୍ ମାଧ୍ୟମରେ ରିମୋର୍ଟ ପାର୍କିଙ୍ଗ୍ ଓ ରିଭର୍ସିଂ ଆସିଷ୍ଟାଂଟ୍ ଭଳି ଫଙ୍କ୍ଶନ ସାମିଲ ରହିଛି । ଷ୍ଟପ୍ ଓ ଗୋ ଫଙ୍କ୍ଶନ ସହିତ ଡିଷ୍ଟାନ୍ସ କଂଟ୍ରୋଲ, ଷ୍ଟିଅରିଂ ଓ ଲେନ୍ କଂଟ୍ରୋଲ ଆସିଷ୍ଟାଂଟ ସମେତ ଅପ୍ସନାଲ ଡ୍ରାଇଭିଂ ଆସିଷ୍ଟାଂଟ୍ ପ୍ରଫେସନାଲ ଚାଳକଙ୍କୁ ଲମ୍ବା ଯାତ୍ରା ଓ ସହରର ଟ୍ରାଫିକ୍ରେ ସର୍ବାଧିକ ସହଯୋଗ ପ୍ରଦାନ କରୁଛି । ଇଲେକ୍ଟ୍ରୋନିକାଲି କଂଟ୍ରୋଲ୍ଡ ସକ୍ ଆବ୍ଜର୍ବରଗୁଡିକ ସହ ଆଡାପ୍ଟିଭ ସସ୍ପେନ୍ଶନ ପ୍ରଫେସନାଲକୁ ଷ୍ଟାଣ୍ଡାର୍ଡ ଭାବେ ଦିଆଯାଇଛି । ନୂଆ କରି ଡିଜାଇନ ହୋଇଥିବା ଟ୍ରାଭେଲ ଆଣ୍ଡ କମ୍ଫର୍ଟ ସିଷ୍ଟମ ମଧ୍ୟ ପଛ ଭାଗରେ କଷ୍ଟମାଇଜ୍ଡ ମନୋରଞ୍ଜନ ପ୍ରଦାନ କରିବା ପାଇଁ ଉପଲବ୍ଧ ରହିଛି । ଏଥିରେ ୬ଟି ଏୟାରବ୍ୟାଗ୍, ଆଟେଂଟିଭ୍ନେସ ଆସିଷ୍ଟାନ୍ସ, କର୍ଣ୍ଣରିଂ ବ୍ରେକ୍ କଂଟ୍ରୋଲ ସମେତ ଡାଇନାମିକ ଷ୍ଟାବିଲିଟି କଂଟ୍ରେ୍ାଲ (ଡିଏସସି), ଅଟୋ ହୋଲ୍ଡ ସହିତ ଇଲେକ୍ଟ୍ରିକ ପାର୍କିଂ ବ୍ରେକ୍, ସାଇଡ-ଇମ୍ପାକ୍ଟ ପ୍ରୋଟେକ୍ସନ, ଇଲେକ୍ଟ୍ରୋନିକ ଭେଇକିଲ ଇମ୍ମୋବିଲାଇଜର ଓ କ୍ରାଶ ସେନ୍ସର, ଆଇସୋଫିକ୍ସ ଚାଇଲ୍ଡ ସିଟ୍ ମାଉଂଟିଙ୍ଗ ଓ ଲୋଡ୍ ଫ୍ଲୋର୍ ତଳେ ଇଂଟିଗ୍ରେଟେଡ ଏମର୍ଜେନ୍ସି ସ୍ପେୟାର ହ୍ୱିଲ ସାମିଲ ରହିଛି ।
Comments are closed, but trackbacks and pingbacks are open.