ଫୋନପେ ଏବଂ ଲଙ୍କାପେ ମଧ୍ୟରେ ସହଭାଗୀତାର ଘୋଷଣା

107

ଭୁବନେଶ୍ୱର: କଲମ୍ବୋରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଫୋନପେ ପକ୍ଷରୁ ଏହା ଘୋଷଣା କରାଯାଇଛି ଯେ ଏହା ଲଙ୍କାପେ ସହଯୋଗରେ ସମସ୍ତ ଲଙ୍କାକ୍ୟୁଆର ମର୍ଚାଂଟ ପଏଂଟଗୁଡ଼ିକରେ ୟୁପିଆଇ ପେମେଂଟର ଗ୍ରହଣୀୟତାକୁ ସକ୍ଷମ କରିଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ହାଇକମିଶନର ସନ୍ତୋଷ ଝା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସାମଗ୍ରିକ ଯୋଗାଯୋଗରେ ଫିନଟେକ୍ ସଂଯୋଗର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଥିଲେ । କେନ୍ଦ୍ରୀୟ ବ୍ୟାଙ୍କ ଅଫ୍ ଶ୍ରୀଲଙ୍କା (ସିବିଏସ୍‌ଏଲ୍‌)ର ଗଭର୍ଣ୍ଣର ଡା. ନନ୍ଦଲାଲ ୱୀରେସିଂଘେ ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀଲଙ୍କାର ବ୍ୟବସାୟୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଏବଂ ଅନ୍ୟ କମ୍ପାନୀ ସାଥିରେ ସଫଳତାର ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେମାନଙ୍କ ଦକ୍ଷତା ଓ ଲାଭର ଅଭିବୃଦ୍ଧି ଘଟାଇବା କ୍ଷେତ୍ରରେ ଏହି ସହଯୋଗିତାର କ୍ଷମତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଲଙ୍କାପେର ସିଇଓ ଚନ୍ନା ଡି ସିଲଭା ମଧ୍ୟ ଦର୍ଶକମାନଙ୍କୁ ସମ୍ବୋଧିତ କରିବା ସହ ‘ଶ୍ରୀଲଙ୍କାରେ ଡିଜିଟାଲ ପେମେଂଟର ଭବିଷ୍ୟତ: ଶ୍ରୀଲଙ୍କା ବ୍ୟବସାୟ ପାଇଁ ସୁଯୋଗ’ ଶୀର୍ଷକ ଏକ ଆଲୋଚନାଚକ୍ର ପରିଚାଳନା କରିଥିଲେ, ଯେଉଁଥିରେ ସ୍ଥାନୀୟ ବ୍ୟବସାୟଗୁଡ଼ିକ ପାଇଁ ସମ୍ଭାବନା ଏବଂ ଅଭିବୃଦ୍ଧିର ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅଧିବେଶନରେ ନ୍ୟାସନାଲ ସେଭିଂ ବ୍ୟାଙ୍କର ଜିଏମ୍‌/ସିଇଓ ଶ୍ରୀମତୀ ଶଶି କାନ୍ଦାମ୍ବି, ହେଟନ୍ ନ୍ୟାସନାଲ ବ୍ୟାଙ୍କ ପିଏଲସିର ସିଓଓ ସଞ୍ଜୟ ୱିଜେମାନେ, ଏଲଓଏଲସି ଫାଇନାନ୍ସ ପିଏଲସିର ଅଧ୍ୟକ୍ଷ ଶ୍ରୀ କନରାଡ୍ ଦିଆସ ଏବଂ ଡାୟଲଗ ଫାଇନାନ୍ସ ପିଏଲସିର ଅଧ୍ୟକ୍ଷା ଶ୍ରୀମତୀ ରେଣୁକା ଫର୍ଣ୍ଣାଣ୍ଡୋ ପ୍ରମୁଖ ଉପସ୍ଥିତ ଥିଲେ ।


ପ୍ୟାନେଲ ଆଲୋଚନା ପରେ ଫୋନ୍ ପେର ଇଂଟରନ୍ୟାସନାଲ ପେମେଂଟ୍ସର ସିଇଓ ରିତେଶ ପାଇ ବିଶ୍ୱ ବଜାର ପାଇଁ ୟୁପିଆଇର ଉପଯୋଗ ଏବଂ ବ୍ୟବସାୟୀଙ୍କ ପାଇଁ ଏହା ପ୍ରଦାନ କରୁଥିବା ଅଭିବୃଦ୍ଧି ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ସମୟରେ ଫୋନପେ ଘୋଷଣା କରିଛି ଯେ ଶ୍ରୀଲଙ୍କାକୁ ଯାତ୍ରା କରୁଥିବା ତାହାର ଆପ ୟୁଜରମାନେ ବର୍ତମାନ ଲଙ୍କାପେକ୍ୟୁଆର ମର୍ଚାଂଟ ଜରିଆରେ ସାରା ଦେଶରେ ୟୁପିଆଇ ବ୍ୟବହାର କରି ପେମେଂଟ କରିପାରିବେ । ଏନପିସିଆଇ ଇଂଟରନ୍ୟାସନାଲ ପେମେଂଟସ ଲିମିଟେଡ (ଏନଆଇପିଏଲ) ସହ ଲଙ୍କାପେର ଭାଗିଦାରୀ ମାଧ୍ୟମରେ ଏହି ମେଂଟ କୁ ସୁଗମ କରାଯାଇଛି । ସୁରକ୍ଷିତ ଏବଂ ଶୀଘ୍ର ପେମେଂଟ କରିବା ପାଇଁ ୟୁଜରମାନଙ୍କୁ କେବଳ ଲଙ୍କାକ୍ୟୁଆର କୋଡ ସ୍କାନ କରିବାକୁ ହେବ । ଏହାପରେ ମୁଦ୍ରା ବିନିମୟ ହାର ଦର୍ଶାଇ ସେମାନଙ୍କ ଆକାଉଂଟରୁ ଭାରତୀୟ ମୁଦ୍ରାରେ ଟଙ୍କା ଡେବିଟ୍ ହେବ । ଏହି ଅବସରରେ ଶ୍ରୀଲଙ୍କାରେ ଭାରତର ହାଇ କମିଶନର ଶ୍ରୀ ସାନ୍ତୋଷ ଝା କହିଛନ୍ତି ଯେ “ଡିଜିଟାଲ ସହଭାଗୀତା ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବା ପାଇଁ ୟୁପିଆଇର ଏହି ଶୁଭାରମ୍ଭ ଏକ ବୃହତ ଲକ୍ଷ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।”


ଫୋନପେର ଆନ୍ତର୍ଜାତୀୟ ପେମେଂଟ୍ସ ସିଇଓ ରିତେଶ ପାଏ କହିଛନ୍ତି ଯେ “ଲଙ୍କାପେ ସହ ଆମର ସହଭାଗିତା ଘୋଷଣା କରି ଆମେ ଆନନ୍ଦିତ । ଏହି ସହଯୋଗ ଭାରତୀୟ ପର୍ଯ୍ୟଟକଙ୍କୁ ଅତୁଳନୀୟ ସୁବିଧା ପ୍ରଦାନ କରିବ ଯେଉଁମାନେ ବର୍ତମାନ ଭ୍ରମଣ ସମୟରେ ଏକ ପରିଚିତ ଏବଂ ସୁରକ୍ଷିତ ପେମେଂଟ ପଦ୍ଧତି ବ୍ୟବହାର କରିପାରିବେ ଏବଂ ବିଭିନ୍ନ ଲଙ୍କାକ୍ୟୁଆର ମର୍ଚାଂଟ ପଏଂଟରେ ପେମେଂଟ କରିପାରିବେ ।” ଲଙ୍କାପେ ସିଇଓ ଚନ୍ନା ଡି ସିଲଭା କହିଛନ୍ତିଯେ, “ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସୀମାପାର ପେମେଂଟକୁ ଏକ ନୂଆ ରୂପ ପ୍ରଦାନ କରିବା ପାଇଁ ଫୋନପେ ସହ ସହଯୋଗ କରି ଲଙ୍କାପେ ଆନନ୍ଦିତ । ମୁଁ ଦେଖିପାରୁଛି ଯେ ଉଦ୍ଭାବନ ଏହି ମେଂଟର ମୂଳଦୁଆ ହେବ ଏବଂ ଏହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ।”

Comments are closed, but trackbacks and pingbacks are open.