ପୁରୀ .. – ସେବାୟତ ଓ ପୁଲିସ ବିବାଦ ଯୋଗୁଁ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କର ନୀତି କାନ୍ତି ଦୀର୍ଘ ସମୟ ଧରି ବନ୍ଦ ରହିବା ବିବାଦ ଓ ହଜାର ହଜାର ଶ୍ରଦ୍ଧାଳୁ ସକାଳୁ ଦର୍ଶନ ନପାଇଁ ଫେରିବା ଗୋଟିଏ ଦିନ ନ ପୁରୁଣୁ ପୁରୀରେ ଶ୍ରୀମନ୍ଦିରରେ କାର୍ଯ୍ୟରତ କନେଷ୍ଟବଳ ଶ୍ରୀମନ୍ଦିରର ପରି ଏକ ପବିତ୍ର ସ୍ଥାନରେ ଜଣେ ନାବାଳିକାକୁ ଅସଦାଚରଣ କରି ନିଲମ୍ବିତ ହୋଇଛି । ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭିରେ ଏହି ଲଜ୍ୟାହୀନ କୁତ୍ସିତ ମାନସିକତା ଥିବା କନେଷ୍ଟବଳର କାର୍ଯ୍ୟ କଏଦ ହୋଇଛି । ଏଥିପାଇଁ ଆଇଆରବି ନବମ ବାଟାଲିଅନ୍ର କନ୍ଷ୍ଟେବଲ୍ କୋରାପୁଟ୍ରୁ ଆସିଥିବା ଛୁକେଶ ମେହେର ନିଲମ୍ବିତ ହୋଇଛି । ଛୁକେଶ ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରେର ମୁତୟନ ଥିଲା । ନାବାଳିକା ନିଜ ପିତାମାତାଙ୍କ ସହ ଭିତର କାଠ ନିକଟରେ ଦର୍ଶନ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ପୁରୀ ପୁଲିସ ଏବେ ଅଭିଯୁକ୍ତ କନେଷ୍ଟବଳକୁ ଅଟକ ରଖି ପଚରା ଉଚରା କରୁଛି ।
ନାବାଳିକା ଅସଦାଚରଣର ଶିକାର ହେବା ପରେ ଚିଲ୍ଲାଇବା ସହ କନେଷ୍ଟବଳକୁ ଚାପୁଡା ମାରିଥିଲେ । ତୁରନ୍ତ ନିଲମ୍ବିତ କନେଷ୍ଟବଳ ଛୁକେଶ ସେ ସ୍ଥାନ ଛାଡି ଚାଲିଯାଇଥିଲା । ନାବାଳିକାର ପରିବାର ଲୋକ ସିଂହଦ୍ୱାର ଥାନାରେ ଏତେଲା ଦେଇଥିଲେ ।
ଏହାର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାରରେ ସେବାୟତ ଓ ପୁଲିସ ବିବାଦ ଯୋଗୁଁ ଜଗନ୍ନାଥ ଓ ଚତୁର୍ଦ୍ଧା ବିଗ୍ରହ ୧୪ ଘଣ୍ଟା ଅପୂଜା, ଅଖିଆ ରହିଥିଲେ। ଶ୍ରୀମନ୍ଦିର ବାହାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଏକ ପ୍ରକାର ଖେଳ ଚାଲିଲା। ଅନେକ ଭକ୍ତ କାନ୍ଦିବା ସହ ଦର୍ଶନ ପାଇଁ ପୁଲିସ ସହ ଧସ୍ତା ଧସ୍ତି ହେଲେ । ସକାଳେ ଯେଉଁ ନୀତି ହୁଏ ତାହା ସନ୍ଧ୍ୟା ୫ଟାରେ ହୋଇଥିଲା । ଶ୍ରୀମନ୍ଦିର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଥିଲା ।
ଏହାର ଗୋଟିଏ ଦିନ ପରେ ଶ୍ରୀମନ୍ଦିରରେ ସୁରକ୍ଷାରେ ଥିବା କନେଷ୍ଟବଳର ଏପରି କାମ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀମନ୍ଦିରରେ ବାରମ୍ବାର ହେଉଥିବା ବିବାଦ ଓ ଅଘଟଣ ଯୋଗୁଁ ଭକ୍ତଙ୍କମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସ୍ୱୟଂ ଗଜପତି ମହରାଜା ବି ଏଥିପାଇଁ କ୍ଷୋଭ ପ୍ରକାଶ କରିଛନ୍ତି । ଓଡ଼ିଶାର ପ୍ରାଣର ଦେବତା ଜଗନ୍ନାଥଙ୍କ ମନ୍ଦିରରେ ଏପରି ଅବ୍ୟବସ୍ଥା ଯୋଗୁଁ ଭକ୍ତଙ୍କ ଭିତରେ ଅସନ୍ତୋଷ କୁ ଆହୁରି ବଢାଇ ଦେଇଛି ।