Browsing Tag

INDIA NEWS

ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନମ୍ବର ଲଞ୍ଚ୍‍ ପ୍ୟାଡ୍‍ରୁ ଗତକାଲି ଆକାଶ ପ୍ରାଇମ୍‍ର ସଫଳ…

ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନମ୍ବର ଲଞ୍ଚ୍‍ ପ୍ୟାଡ୍‍ରୁ ଗତକାଲି ଆକାଶ ପ୍ରାଇମ୍‍ର ସଫଳ ପରୀକ୍ଷଣ କରାଯାଇଛି । ଡି.ଆର୍‍.ଡି.ଓ. ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ

ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ମୁହାଁ ବାତ୍ୟା -ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳ ଏବଂ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପୂର୍ବ କେନ୍ଦ୍ରୀୟ ବଙ୍ଗୋପାସାଗର ତଥା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ଅବପାତରେ ପରିଣତ ହୋଇଛି । ଆଜି ସକାଳ ସୁଦ୍ଧା ଏହା

ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ଠାରୁ ପୋଷ୍ଟାଲ ବାଲାଟ୍‍ ପେପରରେ ମତଦାନ ଆରମ୍ଭ

ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ଠାରୁ ପୋଷ୍ଟାଲ ବାଲାଟ୍‍ ପେପରରେ ମତଦାନ ଆରମ୍ଭ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ କହିଛନ୍ତି, ୮୦ ବର୍ଷରୁ ଉଦ୍ଧ୍ୱର୍ ବୟସର ମତଦାତା, ଦିବ୍ୟାଙ୍ଗ ଓ କୋଭିଡ୍‍ ଆକ୍ରାନ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି

ଛାତ୍ରଛାତ୍ରୀମାନେ ଦଶମି ଶ୍ରେଣୀ ଗଣିତ ବିଷୟରେ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ…

ଛାତ୍ରଛାତ୍ରୀମାନେ ଦଶମି ଶ୍ରେଣୀ ଗଣିତ ବିଷୟରେ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ ବୋଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ଏନେଇ ଆଉ କୌଣସି ପ୍ରକାର ସମସ୍ୟା ହେବ ନାହିଁ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସମସ୍ତ ବୋର୍ଡର

ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟମାନେ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀମାନଙ୍କୁ ଔଷଧ ଦେଇପାରିବେ- କେବଳ…

ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟମାନେ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀମାନଙ୍କୁ ଔଷଧ ଦେଇପାରିବେ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ କେବଳ ସାଧାରଣ ରୋଗ ପାଇଁ ହିଁ ଫାର୍ମାସିଷ୍ଟମାନେ ଔଷଧ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇ ଲଘୁଚାପରେ ପରିଣତ -୪୦ରୁ ୫୦ କିଲୋମିଟର ବେଗରେ ପବନ…

୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା ମିଆଁମାର ଉପକୂଳ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ଏକ ଲଘୁଚାପ ସୃଷ୍ଟି ହେବାର

୨୦୨୦-୨୧ ବର୍ଷ ଲାଗି ପ୍ରକାଶିତ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଉନ୍ନିତ

ଭାରତର ଖାଦ୍ୟ ସୁରକ୍ଷାମାନକ କର୍ତ୍ତୃପକ୍ଷ (ଏଫ୍‍.ଏସ୍‍.ଏସ୍‍.ଏ.ଆଇ.) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ପ୍ରକାଶିତ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖଲାଲ ମାଣ୍ଡବୀୟ ଉନ୍ମୋଚନ କରିଥିବା ରିପୋର୍ଟ ଅନୁଯାୟୀ ଖାଦ୍ୟ

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର-ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ଆସନ୍ତା

ଉତ୍ତର ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ – ଏହି ଜିଲ୍ଲାମାନଙ୍କରେ ୨୪…

ଉତ୍ତର ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆସନ୍ତା ୧୨ ଘଂଟା ମଧ୍ୟରେ ଓଡିଶା ଉପକୂଳ ଆଡକୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,

ହୀରାକୁଦର ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ଏକ ପ୍ରକାର ଟଳିଛି

ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ଏକ ପ୍ରକାର ଟଳିଛି । ହୀରାକୁଦର ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇଛି । ଏବେ ଜଳ ଭଣ୍ଡାରକୁ ପ୍ରତିସେକେଣ୍ଡରେ ୩ଲକ୍ଷ ୭୧ହଜାର ୨୬୪ ଘନଫୁଟ ଜଳ ପ୍ରବେଶ କରୁଛି । ଫଳରେ ଏହାର ୬ଟି ଗେଟ୍‍କୁ ବନ୍ଦ