କେମିତି କରିବେ ସ୍ୱାଦିଷ୍ଟ ବେଲପଣା

0 13,092

ବେଲ ପଣା ଅତି ସ୍ୱାଦିଷ୍ଟ । ଏହା  ପେଟ ପାଇ ଭଲ । ପାଚକ ତନ୍ତ୍ର ଭଲ ରଖିବା ପାଇଁ ବେଲ ବେଶ୍‌ ସହାୟକ । ପଣା ସଂକ୍ରାନ୍ତି ସହ ଖରା ଦିନି ବେଲ ପଣା କରାଯାଇଥାଏ ।

 

ବେଲପଣା ପାଇଁ ସାମଗ୍ରୀ: ବେଲ, ଗୁଡ କିମ୍ବା ଚିନି, ଗୋଲ ମରିଚ, ଛେନା ଚାହିଁଲେ ଛେନା ବିନା ବି ବେଲ ପଣା ହୋଇ ପାରିବ

 

ପ୍ରଥମେ ପାଚିଲା ବେଲରୁ ଶସ ବାହର କରିବାକୁ ପଡିବ । ଶସ ବାହାର କରିବା ପରେ ଏଥିରେ ମଞ୍ଜି  ଅଛି କି ନାହିଁ ଦେଖି ନେବେ । ପରେ ଆବଶ୍ୟକୀୟ ପାଣି ଦେଇ ଚିନି କିମ୍ବା ଗୁଡ ପକାଇବ । ସେଥିରେ ଶସ ମିଶାଇ ଚାହିଁଲେ ଛେନା ଓ କଦଳୀ ଚକଟା ମିଶାଇ ପାରିବେ । ଉପରେ ଗୋଲ ମରିଚ ଗୁଣ୍ଡ ପକାଇବେ । ଏହା ପରେ ଅଳ୍ପ ବରଫ ମିଶାଇ ଏହାକୁ ପିଇ ପାରିବେ  ।

 

 

 

 

ପଣା ସଂକ୍ରାନ୍ତିରେ ହେଉଥିବା ପଣା

 

ପଣା ସଂକ୍ରାନ୍ତିରେ ପ୍ରତ୍ୟେକ ଓଡିଆଙ୍କ ପରିବାରରେ ପଣା ହୋଇଥାଏ । ପଣା ଏକ ଅତି ଉତ୍ତମ ପାନୀୟ । ଏହା କେବଳ ଖରା ଦାଉରୁ ରକ୍ଷା କରେ ନାହିଁ, ଶରୀରରେ ଜଳୀୟ ଅଂଶ ରକ୍ଷା କରିଥାଏ। ଏତତ୍‌ ବ୍ୟତିତ ଏଥିରେ ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟ ଓ ଫଳ ପଡିଥାଏ ।

 

କ୍ଷୀର, ଛେନା, ନଡିଆ, କଦଳୀ, ଅଙ୍ଗୁର ସେଓ, ଚିନି ପକାଇ ପଣା କରାଯାଇଥାଏ । ଏହି ସବୁ ମିଶ୍ରଣରେ ଆବଶ୍ୟକୀୟ ପରିମାଣର ପାଣି ମିଶାଇ ପଣା ତିଆରି କରାଯାଇଥାଏ ।

 

କେବଳ ଘରେ ନୁହେଁ ବିଭିନ୍ନ ଦେବାଳୟ ଓ ଅନୁଷ୍ଠାନରେ ବି ପଣା ମହାବିଷୁବ ସଂକ୍ରାନ୍ତି ଅବସରରେ ପଣା ପ୍ରସ୍ତୁତ କରାଯାଇଥାଏ । ଦେବା ଦେବୀଙ୍କ ନିକଟରେ ଲାଗି ହେବା ସହ ପଣା ସାଧାରଣ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ।

Leave A Reply