ପଞ୍ଚଭୂତରେ ଲୀନ ହୋଇଛନ୍ତି ସୁଷମା ସ୍ୱରାଜ

0 970

ନୂଆଦିଲ୍ଲୀ – ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ । ନୂଆଦିଲ୍ଲୀର ଲୋଧୀ ରୋଡସ୍ଥିତ ଶ୍ମଶାନ ଘାଟରେ ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍ ଭେଙ୍କୟାନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଦଳମତ ନିର୍ବିଶେଷରେ ବହୁ
ରାଜନେତା ଓ କର୍ମୀ ତାଙ୍କ ଶେଷ ଦର୍ଶନ କରିଥିଲେ । ଗତକାଲି ସୁଷମା ସ୍ୱରାଜଙ୍କ ସତଷଠି ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିଲା । ଆଜି ପ୍ରତ୍ୟୁଷରୁ ବିଭିନ୍ନ ବର୍ଗର ଜନସାଧାରଣ ଓ ରାଜନେତା ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ଚଳିତବର୍ଷ ଲୋକସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଦେଇଥିଲେ । ସେ ଏକାଧାରାରେ ଜଣେ ଲୋକପ୍ରିୟ ରାଜନୀତିଜ୍ଞ, ସୁପ୍ରିମକୋର୍ଟର ପୂର୍ବତନ
ଆଇନଜୀବୀ ଓ ଦେଶର ଦ୍ୱିତୀୟ ମହିଳା ବୈଦେଶିକ ମନ୍ତ୍ରୀ ଥିଲେ । ସେ ସଂସଦକୁ ୭ଥର ଓ ବିଧାନସଭାକୁ ୩ଥର ନିର୍ବାଚିତ ହୋଇଥିଲେ। ଜାମ୍ମୁ କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଉଚ୍ଛେଦ ସଂକ୍ରାନ୍ତ ସଂକଳ୍ପ ପାର୍ଲାମେଣ୍ଟରେ ପାରିତ ହେବା ପରେ ସେ ତାଙ୍କର ଶେଷ ଟୁଇଟ୍‍ କରି ଏହି ଦିନ ଦେଖିବା ପାଇଁ ସେ ଆଗ୍ରହର ସହ ଅପେକ୍ଷା କରିଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‍ କରି ଲେଖିଥିଲେ ।

Leave A Reply