ଶ୍ରବଣା ମକର ନକ୍ଷତ୍ର ଅବସରରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଛି

0 107

ଶ୍ରବଣା ମକର ନକ୍ଷତ୍ର ଅବସରରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଛି । ଏଥିଲାଗି ଶ୍ରୀଜୀଉଙ୍କର କେତେକ ସ୍ୱତନ୍ତ୍ର ନୀତି କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସର୍ବସାଧାରଣଙ୍କ ଲାଗି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ୍‍ ରଖାଯାଇଛି । ଆଗ୍ରହୀ ବ୍ୟକ୍ତିମାନେ ଆନନ୍ଦ ବଜାରରୁ ମହାପ୍ରସାଦ ମଗାଇ ନେବା ଲାଗି ବ୍ୟବସ୍ଥା କରାଯାଇଛି ।


ଶ୍ରୀମନ୍ଦିରରେ ଇନ୍ଦ୍ରଧ୍ୱଜା ପୂଜା, ପଇତା ଲାଗି ସମେତ ପାଶ୍ୱର୍ ପରିବର୍ତ୍ତନ ନୀତି ଅନୁଷ୍ଠିତ ହେଉଛି । ପରମ୍ପରା ଅନୁଯାୟୀ ଶ୍ରୀନଅରରେ ଆଜି ସୁନିଆ ପର୍ବ ପାଳିତ ହେଉଛି । ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ୧୪୨୯ ସାଲ ଏବଂ ୬୪ ଅଙ୍କ ଆରମ୍ଭ ହୋଇଛି । ଏହି ଅବସରରେ ୬୪ ଅଙ୍କ ଲେଖାଥିବା ଏକ ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ କରାଯାଇଛି ।

Leave A Reply