• ଆଇଟିଇଡ଼ବ୍ଲୁସି ଇଏସଏସଓ ଏବଂ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ରର ଅଂଶଗ୍ରହଣ
ପୋଷ୍ଟ କରାଯିବା ଦିନାଙ୍କ: ୦୬ ଝଋଚ ୨୦୧୮ ୩:୪୦ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ
ଭାରତ ସମେତ ଭାରତ ମହାସାଗର ତଟବର୍ତ୍ତୀ ୨୩ଟି ରାଷ୍ଟ୍ର ମିଳିତ ଭାବେ ଭାରତ ମହାସାଗର କ୍ଷେତ୍ରରେ ସେପ୍ଟେମ୍ବର ୪ ଓ ୫, ୨୦୧୮ ତାରିଖରେ ବ୍ୟାପକ ସୁନାମି ମୁକାବିଲା ଅଭ୍ୟାସ କରିଛନ୍ତି । ଏହି ମକ୍ ଡ଼୍ରିଲ୍ର ନାମ ଓଙଡବଙ୍ଖର୧୮ ରଖାଯାଇଥିଲା । ୟୁନେସ୍କୋର ଆନ୍ତଃସରକାରୀ ମହାସାଗରୀୟ କମିଶନ ପକ୍ଷରୁ ଆୟୋଜିତ ଏହି ଅଭ୍ୟାସ କାର୍ୟ୍ୟକ୍ରମ ବିଭିନ୍ନ ସମୟରେ କରାଯାଇଆସୁଛି । ୨୦୦୪ ମସିହା ଡ଼ିସେମ୍ବର ୨୬ ତାରିଖରେ ଭାରତ ମହାସାଗର କ୍ଷେତ୍ରରେ ସଂଘଟିତ ପ୍ରଳୟଙ୍କରୀ ସୁନାମୀ ପରେ ଏହି କ୍ଷେତ୍ର ପାଇଁ ଏକ ଭାରତ ମହାସାଗର ସୁନାମୀ ପୂର୍ବାନୁମାନ ଚେତାବନୀ ଓ ନିରାକରଣ ବ୍ୟବସ୍ଥା (ଓଙଞଡଗଝ) ଗଠନ କରିବା ସକାଶେ ପ୍ରୟାସ ଜାରି ରହିଛି ।
ଗତକାଲି ଶେଷ ହୋଇଥିବା ଓଙଡବଙ୍ଖର୧୮ ଅଭ୍ୟାସ ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ଭାରତୀୟ ସମୟ ୦୮୩୦ରେ ସଂଘଟିତ ୯.୩ ତୀବ୍ରତାର ଏକ ଭୂମିକମ୍ପ ସହ ତାଳମେଳ ରଖି ସଂପନ୍ନ କରାଯାଇଥିଲା । ଗୋଷ୍ଠୀସ୍ତର ପର୍ୟ୍ୟନ୍ତ ଏହି ଅଭ୍ୟାସ କାର୍ୟ୍ୟକ୍ରମରେ ସମସ୍ତ ପୂର୍ବ ଉପକୂଳ ରାଜ୍ୟ ଅଂଶଗ୍ରହଣ କରିଥିଲେ । ରିଅଲ ଟାଇମ ଅନୁସାରେ ପ୍ରାୟ ୧୨ଘଣ୍ଟା ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ ଜାରି ରହିଥିଲା । ଜିଟିଏସ, ଇମେଲ୍, ଫାକ୍ସ, ଏସଏମଏସ ତଥା ୱେବସାଇଟ ଜରିଆରେ ଜାତୀୟ ତଥା ଆଞ୍ଚଳିକ ସମସ୍ତ ସହଭାଗୀମାନଙ୍କୁ ୧୫ଟି ସୁନାମୀ ବୁଲେଟିନ୍ ଜାରି କରାଯାଇଛି ।
ଭାରତରେ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର (ଓଘଉଙଓଝ) ଯାହାକି ଭୂବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏହାର ସମନ୍ୱୟରେ ତଥା ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ ତଥା ଜାତୀୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ (ଘଊଜୠ) , ତଟୀୟ ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରଙ୍କ ସହଯୋଗରେ ଏହି ଅଭ୍ୟାସ କାର୍ୟ୍ୟକ୍ରମ ସଂପନ୍ନ ହୋଇଛି ।
ଗତକାଲିର ଅଭ୍ୟାସରେ ଆଣ୍ଡାମାନ ଓ ନିକୋବର ଦ୍ୱୀପରୁ ପ୍ରାୟ ୧୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେହିଭଳି ପଶ୍ଚିମ ବଙ୍ଗର ତିନୋଟି ଜିଲ୍ଲାରୁ ୧୨୦୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ସାମୟିକ ଭାବେ ସ୍ଥାନାନ୍ତର କରାଯାଇଥିଲା । ତାମିଲନାଡ଼ୁର ୧୩ଟି ଜିଲ୍ଲାରୁ ମୋଟ ୫୦୫୪ଜଣ ଲୋକଙ୍କୁ ଏହି ସମୟରେ ସେମାନଙ୍କ ଘରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ସେହିଭଳି ପୁଡ଼ିଚେରୀର ୧୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆନ୍ଧ୍ର ପ୍ରଦେଶର ୯ଟି ଜିଲ୍ଲା ଓ ଓଡ଼ିଶାର ୬ଟି ଜିଲ୍ଲା (୩୨୮ଟି ଗ୍ରାମ)ରୁ ପ୍ରାୟ ୧,୦୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ଏହି ଦୁଇଦିନିଆ ଅଭ୍ୟାସ କାର୍ୟ୍ୟକ୍ରମରେ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ଆଇଏନସିଓଆଇଏସ ବୁଲେଟିନ୍ ଜାରି କରାଯାଇଥିଲା । ଏହି ଅଭ୍ୟାସ ବେଳେ ସୁନାମୀ ସଂପର୍କୀତ ପୂର୍ବାନୁମାନ, ଚିହ୍ନଟ, ବିପଦ ଆକଳନ ସତର୍କ ଚେତାବନୀ, ସତର୍କ ସୂଚନା ପ୍ରସାରଣ ଏବଂ ଏହାର ମୁକାବିଲା ଘେନି ଲୋକମାନଙ୍କୁ କିଭଳି ପ୍ରସ୍ତୁତ କରାଯାଇପାରିବ ସେ ସଂପର୍କରେ ଅଭ୍ୟାସ କରାଯାଇଥିଲା । ୯ଟି ରାଜ୍ୟର ମୋଟ ୪୪ଟି ଜିଲ୍ଲା ଏହି ଗୋଷ୍ଠୀ ଅଭ୍ୟାସ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମୋଟ ୩୭୫ଟି ଗ୍ରାମରେ ଏହା ସଂପନ୍ନ କରାଯାଇଥିବା ବେଳେ ୧,୨୫,୦୦୦ ଲୋକଙ୍କୁ ସାମୟସକ ଭାବେ ସ୍ଥାନାନ୍ତର କରାଯାଇଥିଲା ।
ଏନଡ଼ିଏମଏର ବରିଷ୍ଠ ପରାମର୍ଶଦାତା ଅବସରପ୍ରାପ୍ତ ମେଜର ଜେନେରାଲ ଡ଼କ୍ଟର ଭି କେ ନାୟକ ଏଥିରେ ପର୍ୟ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଏଭଳି ସୁନାମୀ ଚେତାବନୀ ଏବଂ ସେମାନଙ୍କୁ ପ୍ରଦାନ କରାଯାଉଥିବା ବୁଲେଟିନ୍ ସଂପର୍କରେ ରାଜ୍ୟସ୍ତର ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ତର ପର୍ୟ୍ୟନ୍ତ ସମସ୍ତଙ୍କ ପ୍ରତିକ୍ରିୟା ଜାଣିବା ସକାଶେ ସେମାନଙ୍କ ସହ ସଂପର୍କ ସ୍ଥାପନ କରାଯାଇଥିଲା ।