ରାଜ୍ୟ ସରକାର ଏବେ ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରିରୁ ବହିଷ୍କାର କରାଯାଇଛି । ଏହି ୮ ଜଣଙ୍କ ମଧ୍ୟରୁ ନିମାପଡ଼ାର ପୂର୍ବତନ ତହସିଲ୍ଦାର ତଥା ସବ୍ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ଅଧିକାରୀ ରାମଚନ୍ଦ୍ର ଜେନାଙ୍କ ବିରୋଧରେ ୩ଟି ଅଭିଯୋଗ ରହିଛି ।
ସେହିପରି ଜଗତ୍ସିଂହପୁର ପୂର୍ବତନ ଡେପୁଟି କଲେକ୍ଟର ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୋଧରେ ୭ଟି ଦୁର୍ନୀତି ଅଭିଯୋଗ ରହିଛି । ସୁନ୍ଦରଗଡ଼ ଲାଠିକଟାର ପୂର୍ବତନ ତହସିଲ୍ଦାର ଏବଂ ବର୍ତ୍ତମାନ ବରଗଡ଼ର ଅମ୍ବାଭୋନାରେ ବି.ଡି.ଓ. ଥିବା ଓ.ଏ.ଏସ୍. ଅଧିକାରୀ ଆଲ୍ଫୋନ୍ସ୍ ବିଲୁଙ୍ଗଙ୍କ ନାମରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି ।
କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନ୍ର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ୍ର ବିଶ୍ୱନାଥପୁର ସମନ୍ୱିତ ଶିଶୁବିକାଶ ଯୋଜନାର ସି.ଡି.ପି.ଓ. ମୀନା ପାତ୍ର, କଳାହାଣ୍ଡି ଥୁଆମୂଳ-ରାମପୁର ବ୍ଲକ୍ର ସମନ୍ୱିତ ଶିଶୁବିକାଶ ଯୋଜନାର ସି.ଡି.ପି.ଓ. ପୁଷ୍ପାଞ୍ଜଳି ରଥ, ଦେବଗଡ଼ର ପୂର୍ବତନ ଅବକାରୀ ବିଭାଗ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଜିତ୍ କୁମାର ମହାପାତ୍ର ଏବଂ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ କୋଷାଧ୍ୟକ୍ଷ ପ୍ରଭାକର ପ୍ରଧାନଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି । ଏହି
ସମସ୍ତ ୮ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ରାଜ୍ୟ ସରକାର ଏବେ ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରିରୁ ବହିଷ୍କାର କରାଯାଇଛି । ଏହି ୮ ଜଣଙ୍କ ମଧ୍ୟରୁ ନିମାପଡ଼ାର ପୂର୍ବତନ ତହସିଲ୍ଦାର ତଥା ସବ୍ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ଅଧିକାରୀ ରାମଚନ୍ଦ୍ର ଜେନାଙ୍କ ବିରୋଧରେ ୩ଟି ଅଭିଯୋଗ ରହିଛି । ସେହିପରି ଜଗତ୍ସିଂହପୁର ପୂର୍ବତନ ଡେପୁଟି କଲେକ୍ଟର ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୋଧରେ ୭ଟି ଦୁର୍ନୀତି ଅଭିଯୋଗ ରହିଛି । ସୁନ୍ଦରଗଡ଼ ଲାଠିକଟାର ପୂର୍ବତନ ତହସିଲ୍ଦାର ଏବଂ ବର୍ତ୍ତମାନ ବରଗଡ଼ର
ଅମ୍ବାଭୋନାରେ ବି.ଡି.ଓ. ଥିବା ଓ.ଏ.ଏସ୍. ଅଧିକାରୀ ଆଲ୍ଫୋନ୍ସ୍ ବିଲୁଙ୍ଗଙ୍କ ନାମରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି ।
କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନ୍ର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ୍ର ବିଶ୍ୱନାଥପୁର ସମନ୍ୱିତ ଶିଶୁବିକାଶ ଯୋଜନାର ସି.ଡି.ପି.ଓ. ମୀନା ପାତ୍ର, କଳାହାଣ୍ଡି ଥୁଆମୂଳ-ରାମପୁର ବ୍ଲକ୍ର ସମନ୍ୱିତ ଶିଶୁବିକାଶ ଯୋଜନାର ସି.ଡି.ପି.ଓ. ପୁଷ୍ପାଞ୍ଜଳି ରଥ, ଦେବଗଡ଼ର ପୂର୍ବତନ ଅବକାରୀ ବିଭାଗ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଜିତ୍ କୁମାର ମହାପାତ୍ର ଏବଂ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ କୋଷାଧ୍ୟକ୍ଷ ପ୍ରଭାକର ପ୍ରଧାନଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି । ଏହି
ସମସ୍ତ ୮ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।