ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ । ଏଥିଲାଗି ଆଜି ଭୋର୍ ୪ଟା
୫୭ମିନିଟରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଅପରାହ୍ଣ ୪ଟା
୫୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଓ ସଂଧ୍ୟା ୬ଟା ୨୬ ମିନିଟ୍
୫୨ ସେକେଣ୍ଡରେ ମୋକ୍ଷ ହେବ ବୋଲି ଜଣାପଡିଛି । ସୂର୍ଯ୍ୟୋପରାଗ
ଯୋଗୁଁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କେତେକ ସ୍ୱତନ୍ତ୍ର ନୀତି କରାଯାଉଛି ।
ଏଥିଲାଗି ଶ୍ରୀମନ୍ଦିରରେ ଗତ ରାତି ୧୨ଟାରେ ଦ୍ୱାରଫିଟା ଯାଇ ମଙ୍ଗଳ
ଆଳତୀ, ମଇଲମ, ତଡପଲାଗି ରୋଷହୋମ ଆଦି କେତେକ ନୀତି ଶେଷ
କରାଯାଇଛି । ରାତି ସାଢେ ୨ଟା ରୁ ୩ଟା ମଧ୍ୟରେ ସକାଳ ଧୂପ, ୪ଟାରେ
ବାଳଧୂପ, ଭୋର ୪ଟା ୫୫ରେ ଭୋଗମଣ୍ଡପ ନୀତି ଶେଷ ହୋଇଛି ।
ଏହାପରେ ସମସ୍ତ ନୀତି ବନ୍ଦ ରହିଛି । ତେବେ ଭକ୍ତମାନେ ଶ୍ରୀଜୀଉଙ୍କୁ ମନ୍ଦିର
ଭିତରେ ଦର୍ଶନ କରୁଛନ୍ତି । ଭୋଗମଣ୍ଡପ ସରିବା ପରେ ରାଧାଦାମୋଦର
ବେଶ ମଇଲମ ହୋଇ ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ
ଶ୍ରୀଜୀଉମାନଙ୍କୁ ଗ୍ରହଣ ମହାସ୍ନାନ କରାଯିବ । ଏହାପରେ ଗ୍ରହଣ ଭୋଗ ଓ
ଅନ୍ୟାନ୍ୟ ନୀତି ବଢିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।
ମୋଟ ୧୬ ମିନିଟ୍ ୨୬ ସେକେଣ୍ଡ ପୁରୀକୁ ସୂର୍ଯ୍ୟୋପରାଗ ଦୃଶ୍ୟମାନ
ହେବ ବୋଲି ଜଣାପଡିଛି ।
ସୂର୍ଯ୍ୟୋପରାଗ ପାଇଁ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି ।
ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, କୋର୍ଟ, ବ୍ୟାଙ୍କ ଆଦି
ବନ୍ଦ ରହିବ ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.