ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବ । ଭାରତର ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ପ୍ରଥମ ପର୍ଯ୍ୟାୟରେ ୧ ହଜାର ୬୨୫ ଜଣ ପ୍ରାର୍ଥୀଙ୍କର ନାମାଙ୍କନପତ୍ର କାଏମ ରହିଛି । ଏଥିମଧ୍ୟରେ ୧ ହଜାର ୪୫୧ ଜଣ ପୁରୁଷ ଏବଂ ୧୩୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚଳିତମାସ ୧୯ ତାରିଖରେ ଅନୁଷ୍ଠିତ ହେବ
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗତକାଲି ଅନୁଗୁଳ ଜିଲ୍ଲା ଗସ୍ତ କରି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା, ନିରପେକ୍ଷ ଓ ଅବାଧ ନିର୍ବାଚନ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ସହିତ ନୂତନ ଭୋଟରମାନେ କିପରି ଅଧିକ ସଂଖ୍ୟାରେ ମତଦାନ କରିପାରିବେ, ସେ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଥିଲେ ।
ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଗତକାଲି ଇଭିଏମ୍ ଓ ଭିଭିପାଟ୍ର ରେଣ୍ଡାମାଇଜେସନ୍ ପ୍ରକ୍ରିୟା ଜିଲ୍ଲାପାଳ ଅବଦୁଲ ଏମ୍ ଅଖତରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ କରାଯାଇଥିଲା । ସେହିଭଳି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଭିଏମ୍ ରେଣ୍ଡୋମାଇଜେସନ କାର୍ଯ୍ୟ ଜିଲ୍ଲାପାଳ ଡକ୍ଟର ପରାଗ ଗାଭାଲୀଙ୍କ ତତ୍ତ୍ୱାବଧାନରେ ନିରୀକ୍ଷଣ କରାଯାଇଥିଲା
Ṁ
Comments are closed, but trackbacks and pingbacks are open.