ନୂଆଦିଲ୍ଲୀରେ ଫିକ୍କି ପକ୍ଷରୁ ଆୟୋଜିତ ସ୍ମାର୍ଟ ରେଲୱେ ସମ୍ମିଳନୀ ଉଦଘାଟିତ

0 424

ନୂଆଦିଲ୍ଲୀ.- ମଙ୍ଗଳବାର ଫିକ୍କି ପକ୍ଷରୁ ଆୟୋଜିତ ସ୍ମାର୍ଟ ରେଲୱେ ସମ୍ମିଳନୀକୁ କେନ୍ଦ୍ର ରେଳ ଓ କୋଇଲା ମନ୍ତ୍ରୀ ପୀୟୁଷ ଗୋୟଲ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ନିଜର ବ୍ୟାବସାୟିକ ସ୍ୱାର୍ଥ ଅପେକ୍ଷା ଦେଶର ବିକାଶ ପାଇଁ କ’ଣ ଉତ୍ତମ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଉପରେ ଗୁରୁତ୍ୱ ଦେଇଥିଲେ । ଦେଶର ପ୍ରତ୍ୟେକ ନାଗରିକଙ୍କ ଉତ୍ତମ ଭବିଷ୍ୟତ ପାଇଁ ସ୍ମାର୍ଟ ରେଲୱେ ଓ ସ୍ମାର୍ଟ ଦେଶ ଦିଗରେ ରେଳବାଇ ପ୍ରତିବଦ୍ଧ ବୋଲି କହିଲେ ରେଳ ଓ କୋଇଲା ମନ୍ତ୍ରୀ । ରେଳବାଇରେ ସ୍ମାର୍ଟ ଯୋଜନା ଓ ପ୍ରକଳ୍ପର ସ୍ମାର୍ଟ କାର୍ଯ୍ୟାନ୍ୱୟନକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଲେ ।

 

ଉଦଘାଟନୀ ଅଭିଭାଷଣରେ ଶ୍ରୀ ଗୋୟଲ କହିଲେ ଯେ, ଅଗ୍ରଣୀ ଭୂମିକା ନେବାକୁ ଭାରତ ନିକଟରେ ଯେ ସୁଯୋଗ ରହିଛି, ତାହା ନିଃସନ୍ଦେହ । କିନ୍ତୁ ତା’ ପୂର୍ବରୁ କେତେକ ମୌଳିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ପଡ଼ିବ, ଯାହାକୁ କି ଗତ ୪ ବର୍ଷ ଧରି ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ସ୍ୱାଧୀନତାର 64 ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍, ୨୦୧୪ ମସିହା ସୁଦ୍ଧା ରେଳବାଇରେ କେବଳ ମାତ୍ର ୧୨% ହାରରେ ମୌଳିକ ଭିତ୍ତିଭୂମିରେ ଅଭିବୃଦ୍ଧି ହୋଇପାରିଥିଲା ।  ବିଭିନ୍ନ ପ୍ରକଳ୍ପ ପାଇଁ କମ୍ ପରିମାଣର ଅର୍ଥ ଧାର୍ଯ୍ୟ କରାଯାଉଥିବାରୁ ପ୍ରକଳ୍ପ ବିଳମ୍ବିତ ହୋଇ ନିର୍ମାଣ ଖର୍ଚ୍ଚ ବୃଦ୍ଧି ପାଉଥିଲା । ଜରୁରି ଭିତ୍ତିରେ ଆରମ୍ଭ ହୋଇଥିବା କେତେକ ପ୍ରକଳ୍ପ ଏବେ ବି ସରିନାହିଁ । ୨୦୦୯ ରୁ ୨୦୧୪ମଧ୍ୟରେ ରେଳବାଇରେ ମୋଟ ନିବେଶ ପରିମାଣ ଥିଲା ୨.୩ ଲକ୍ଷ କୋଟି ଟଙ୍କା । ପରେ ଏହାକୁ ସରକାର ୫.୩ ଲକ୍ଷ କୋଟି ଟଙ୍କାକୁ ବଢ଼ାଇ ଦେଇଥିଲେ । କିନ୍ତୁ ନିବେଶ ବୃଦ୍ଧି ବଡ଼ କଥା ନୁହେଁ, ଗୁରୁତ୍ୱପୂର୍ଣ୍ଣ ଏହା ଯେ ଏହି ଅର୍ଥ କିପରି ଖର୍ଚ୍ଚ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମୁଁ ଦୃଢ଼ତାର ସହ ଏହା କହିପାରିବି ଯେ, ଉଚିତ ଦିଶା, ସକରାତ୍ମକ ଉପାୟ ଏବଂ ବିକାଶ ଲକ୍ଷ୍ୟରେ ଆମେ ଭବିଷ୍ୟୟତକୁ ଦୃଷ୍ଟି ଦେଇ ଆଗେଇଛୁ । ଆମକୁ ସ୍ମାର୍ଟ ଉପାୟରେ ଚିନ୍ତା କରିବା ସହ ଯୋଜନା କରି ଏହାକୁ ଫଳପ୍ରଦ କରିବାକୁ ପଡ଼ିବ । ମୁଁ ଭାବୁଛୁ ବିଗତ ଚାରି ବର୍ଷ ମଧ୍ୟରେ ଏହି ପରିବର୍ତ୍ତନ ଆସିଛି । ଭବିଷ୍ୟତକୁ ପ୍ରଭାବିତ କରିବାର ଭାବନା ଏବେ ସମସ୍ତଙ୍କ ମନରେ ଅଛି । ବୁଲେଟ ଟ୍ରେନ୍ ବାବଦରେ ମୁଁ ଏହା କହିବି ଯେ, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଭାରତକୁ ଅଣାଯିବା ଉଚିତ ଏବଂ ଦେଶବାସୀ ଶ୍ରେଷ୍ଠତାର ଅନୁଭବ ପାଇବା ଦରକାର ।

 

ରେଳବାଇକୁ ଶ୍ରେଷ୍ଠ ପରିବହନକାରୀ ଭାବେ ରୂପାନ୍ତର କରିବା ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ସେ କହିଥିଲେ ଯେ, ସମ୍ଭାବନା ଓ ସମାଧାନ ମଧ୍ୟରେ ବାସ୍ତବତାକୁ ମନ ମଧ୍ୟରେ ରଖିବା ଉଚିତ ।

 

ରେଳବାଇରେ ଦୈନିକ ୨୨,୦୦୦ଟ୍ରେନ ଚାଲୁଛି। ତେଣୁ ଏହି ପରିସୀମାରେ ସମସ୍ତ ସମ୍ଭାବନା ଓ ସମାଧାନ ରହିବା ଉଚିତ । ସମୟାନୁବର୍ତ୍ତିତାର ରେକର୍ଡ ଷ୍ଟେସନ ମାଷ୍ଟରଙ୍କ ପରିବର୍ତ୍ତେ ଇଣ୍ଟରଚେଞ୍ଜ୍ ପଏଣ୍ଟରେ ଏହା କମ୍ପ୍ୟୁଟର ଦ୍ୱାରା ରେକର୍ଡ ରହିବା ଦରକାର । ଏହା ଏକ ଛୋଟ ପଦକ୍ଷେପ, କିନ୍ତୁ ଏହା ସତ୍ୟକୁ ପ୍ରତିଫଳିତ କରିଥାଏ । ୨୦୧୮ଏପ୍ରିଲ ୧ ତାରିଖ ଏବଂ ଆଜି ମଧ୍ୟରେ ଏଥିରେ ୭୪%ବୃଦ୍ଧି ହୋଇଛି ।

 

ଭାରତୀୟ ରେଳବାଇ ପ୍ରତ୍ୟେକ ଲୋକୋମୋଟିଭରେ ଜିପିଏସ୍ ସଂଯୋଗ ବ୍ୟବସ୍ଥା କରୁଛି, ଯଦ୍ୱାରାକି ମୋବାଇଲ ଫୋନ୍ ମାଧ୍ୟମରେ ଟ୍ରେନର ଗତିବିଧି ଏବଂ ଏହା କେଉଁଠାରେ ଅଛି ଜାଣି ହେବ । ବିଦ୍ୟୁତୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି, ଫଳରେ ବାର୍ଷିକ ୨ଶହ କୋଟି ଡଲାର ସଞ୍ଚୟ ହୋଇପାରିବ । ଡିଜେଲ ଇଞ୍ଜିନକୁ ଇଲେକ୍ଟ୍ରି ଇଞ୍ଜିନରେ ରୂପାନ୍ତର କରିବା ଦିଗରେ ଇଞ୍ଜିନିୟରମାନେ ଉପାୟ ପାଇଛନ୍ତି, ଫଳରେ ବିନା ଖର୍ଚ୍ଚରେ ରେଳବାଇକୁ ନୂଆ ଇଞ୍ଜିନ ମିଳିପାରିବ । ଉନ୍ନତ ଇଞ୍ଜିନ କମ୍ ଖର୍ଚ୍ଚରେ ଦୌଡ଼ି ପାରିବ ଏବଂ ଇଲେକ୍ଟ୍ରି ଇଞ୍ଜିନ ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇପାରିବ ।

 

ଟ୍ରାଫିକ୍ ଭିଡ଼ ବଦଳରେ ରେଲୱେ ସ୍ମାର୍ଟ ସମୟସାରଣୀ ପ୍ରସ୍ତୁତ କରିପାରିଛି । ପ୍ରତିଦ୍ୱନ୍ଦ୍ୱିତାମୂଳକ ବିଡିଙ୍ଗ ଯୋଗୁ ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ଆସିପାରିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ରେଲୱେ ପ୍ରକଳ୍ପ ଗୁଡ଼ିକର ସ୍ମାର୍ଟ କାର୍ଯ୍ୟାନ୍ୱୟନକୁ ଗୁରୁତ୍ୱ ଦେଇଛି ।

 

ସ୍ମାର୍ଟ ସିଗନାଲିଂ ବ୍ୟବସ୍ଥା ହୋଇଗଲେ ରେଳବାଇରେ ବେଗ ନିୟନ୍ତ୍ରଣ ପ୍ରତ୍ୟାହୃତ ହୋଇଯିବ ଏବଂ ୧,୫୦,୦୦୦ ପୋଲର ବିକାଶ କରାଯିବ । ୬୦୦୦ ଷ୍ଟେସନକୁ ୱାଇ-ଫାଇ କରିବା ଦିଗରେ ମଧ୍ୟ ରେଳବାଇ ପଦକ୍ଷେପ ନେଉଛି ।

Leave A Reply