ଆପଣଙ୍କ ସ୍ମାର୍ଟଫୋନ୍‌ରେ ଯାଞ୍ଚ କରି ପାରିବେ କିଣୁଥିବା କ୍ଷୀର ଭଲ କି ଖରାପ!

ଆଇଆଇଟି ହାଇଦ୍ରାବାଦ ତିଆରି କରିଛନ୍ତି ଫୋନ୍‌ ସେନସର୍‌, ଯାଞ୍ଚ କରିବ କ୍ଷୀରର ଗୁଣବତ୍ତା

0 462

ହାଇଦ୍ରାବାଦ. -ଆପଣ ବଜାରରୁ କିଣୁଥିବା କ୍ଷୀର ଅନେକ ସମୟରେ ଅପମିଶ୍ରିତ ହୋଇଥାଏ। କ୍ଷୀର ପରି ଦିଶୁଥିବା ଓ ଏପରି ସ୍ୱାଦ ଥିବା କିଛି ଜିନିଷ ଲାଭ ଆଶାରେ କ୍ଷୀରରେ ମିଶାଇ ଥାଆନ୍ତି । ମାତ୍ର ଏବେ ସ୍ମାର୍ଟ ଫୋନ୍‌ ସାହାଯ୍ୟରେ ଏହାର ଗୁଣବତ୍ତା ଜାଣି ପାରିବେ । ଆଇଆଇଟି ହାଇଦ୍ରାବାଦରେ ଗବେଷଣା କରୁଥିବା କିଛି ଗବେଷକ ଏହି ସେନସର୍‌ ତିଆରି କରିଛନ୍ତି । ସେମାନେ ଏକ ଇଣ୍ଡିକେଟର ପେପର ତିଆରି କରିଛନ୍ତି । ସ୍ମାର୍ଟ ଫୋନ୍‌ରେ ଏକ ଆଲଗୋରିଦିମ୍‌ ବିକାଶ କରାଯାଇଛି । ଇଣ୍ଡିକେଟର ପେପରକୁ କ୍ଷୀରରେ ବୁଡାଇ କାଢିବା ପରେ ଏହା କ୍ଷୀରର ଏସିଡିଟି ଓ ରଙ୍ଗ ବିଷୟରେ ସୂଚନା ଦେବା ଫୋନ୍‌ ସେନସର୍‌ରେ କ୍ଷୀରର ଗୁଣବତ୍ତା ବିଷୟରେ ସବିଶେଷ ତଥ୍ୟ ମିଳି ପାରିବ ।
ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଶିବ ଗୋବିନ୍ଦ ସିଂଙ୍କ ନେତୃତ୍ୱରେ ଗବେଷକମାନେ ଏହାକୁ ତିଆରି କରିଛନ୍ତି ।

Leave A Reply