ସିଆଇଏସ୍ସିଇ ନ୍ୟାଶନାଲ ଗେମ୍ସ ଆଣ୍ଡ୍ ସ୍ପୋର୍ଟସ୍-୨୦୨୩ ଫୁଟ୍ବଲ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସରେ ୬ଟି ମ୍ୟାଚ୍ ଆୟାଜିତ
ମହାରାଷ୍ଟ୍ର, ଉତର ଭାରତ, କର୍ଣ୍ଣାଟକ ବିଜୟୀ ହୋଇଥିବାବେଳେ ଓଡିଶା ନିଜ ମ୍ୟାଚ୍ ଡ୍ର ରଖିଲା
ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୩: ସିଆଇଏସ୍ସିଇ ଫୁଟ୍ବଲ ଟୁର୍ଣ୍ଣାମେଂଟ୍ର ୨ୟ ଦିନ ଆଜି ଛତିଶଗଡ ଓ ମହାରାଷ୍ଟ୍ର ମଧ୍ୟରେ ମ୍ୟାଚ୍ ସହିତ ଆରମ୍ଭ ହୋଇଥିଲା । ଏଥିରେ ୬-୦ ସ୍କୋର ସହିତ ମହାରାଷ୍ଟ୍ର ବିଜୟୀ ହୋଇଥିଲା । ଏହାପରେ ଉତର ଭାରତ ବନାମ ଉତର ପଶ୍ଚିମ, ଉତରପ୍ରଦେଶ ଓ ଉତରାଖଣ୍ଡ ବନାମ ବିହାର ଏବଂ ଝାଡଖଣ୍ଡ, କର୍ଣ୍ଣାଟକ ବନାମ ଛତିଶଗଡ ମଧ୍ୟରେ ଲଗାତର ୩ଟି ମ୍ୟାଚ୍ ଆୟୋଜିତ ହୋଇଥିଲା । ୪-୦ ସହ ଉତର ଭାରତ ବିଜୟୀ ହୋଇଥିବା ବଳେ ଉତରାଖଣ୍ଡ ଓ ଝାଡଖଣ୍ଡ ମଧ୍ୟରେ (୨-୨) ମ୍ୟାଚ୍ ଡ୍ର ରହିଥିଲା । ଏହାଛଡା ଛତିଶଗଡ ସହ ମ୍ୟାଚ୍ରେ କର୍ଣ୍ଣାଟକ ୬-୦ ସ୍କୋର ସହ ବିଜୟୀ ହୋଇଥିଲା । ସେହିପରି ପୂର୍ବାହ୍ନରେ ମହାରାଷ୍ଟ୍ର ବନାମ ପଶ୍ଚିମ ବଙ୍ଗ, ତାମିଲନାଡୁ ବନାମ ଓଡିଶା, ୟୁ.ଏ.ଇ ବନାମ ବିହାର ଓ ଝାଡଖଣ୍ଡ ମଧ୍ୟରେ ଆଉ ୪ଟି ମ୍ୟାଚ୍ ଖେଳାଯାଇଥିଲା । ପଶ୍ଚିମବଙ୍ଗ ସହ ମ୍ୟାଚ୍ରେ ୬-୧ ସ୍କୋର୍ରେ ମହାରାଷ୍ଟ୍ର ବିଜୟୀ ହୋଇଥିଲା । ଉଭୟ ଅଧିବେଶ ଖୁବ୍ ଉତ୍ସାହଜନକ ଥିଲା ।

ଓଡିଶା ବାସ୍କେଟ୍ବଲ୍ ଆସୋସିଏଶନର ସଚିବ, ଗଞ୍ଜାମ ଜିଲ୍ଲା କ୍ରୀଡାବିତ୍ ସଂଘର ସଚିବ ଏବଂ ବାସ୍କେଟ୍ବଲ ଫେଡେରେଶନ ଅଫ୍ ଇଣ୍ଡିଆ (ବିଏଫ୍ଆଇ)ର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଅଶୋକ କୁମାର ସାହୁ ଏବଂ ବିଏଫ୍ଆଇର ନ୍ୟାଶନାଲ ରେଫ୍ରି, ଏଫ୍ଆଇବିଏ (ଇଂଟରନ୍ୟାଶନାଲ ଟେବୁଲ ଅଫିସିଆଲ ଏବଂ ଓଡିଶା ପୋଲିସ୍ର ବାସ୍କେଟ୍ବଲ କୋଚ୍ ଓ ଓଏସ୍ଏପି ୬ଷ୍ଠ ବାଟାଲିୟମ କଟକ ସହ କାର୍ଯ୍ୟରତ) ଶିଶିର ରଞ୍ଜନ ପଟ୍ଟନାୟକ ଆଜିର ଟୁର୍ଣ୍ଣାମେଂଟ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସିଆଇଏସ୍ସିଇ ଅବ୍ଜର୍ଭର ଅଭିରା ଦାସ ମ୍ୟାଚ୍ ସମୟରେ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଂଟ୍ର ଆୟୋଜକ ବିଦ୍ୟାଳୟ ରୁଚିକା ସ୍କୁଲ୍ର ପ୍ରିନ୍ସିପାଲ ଲୀନା ଖୁରାନା ଏବଂ ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ଗୁର୍ପ୍ରିତ ସିଂହ ଖୁରାନା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସମସ୍ତ ମ୍ୟାଚ୍ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଭୁବନେଶ୍ୱର ଫୁଟ୍ବଲ ଏକାଡେମିଠାରେ ଖେଳାଯାଇଥିଲା ।
Comments are closed, but trackbacks and pingbacks are open.