ରାମଚରିତ ମାନସ: ବଡ଼ କାମ କରୁଥିଲେ ନିର୍ଭୟ ରୁହନ୍ତୁ
ଶ୍ରୀରାମ ଚରିତ୍ର ମାନସର ପଂଚମ ଅଧ୍ୟାୟ ହେଉଛି ସୁନ୍ଦରାକାଣ୍ଡ । ଏହି ଅଧ୍ୟାୟରେ ସୁଖୀ ଜୀବନ ଓ ସଫଳତା ପାଇବା ପାଇଁ ଅନେକ ସୁତ୍ର ରହିଛି । ଏହି କାଣ୍ଡରେ ସଫଳତା କିପରି ମିଳିଥାଏ ତାହା ଭଗବାନ ହନୁମାନ ବର୍ଣ୍ଣନା କରିଛନ୍ତି । ସୁନ୍ଦରାକାଣ୍ଡ ଅନୁସାରେ ହନୁମାନ ଲଙ୍କା ପଂହଚିଗଲେ ଓ ରାବଣଙ୍କର କେତେକ ଯୋଦ୍ଧାଙ୍କୁ ମାରିଥିଲେ । ଶେଷରେ ମେଘନାଦ ହନୁମାନଙ୍କୁ ବନ୍ଦୀ ବନାଇଥିଲେ । ରାବଣଙ୍କ ଦରବାରରେ ହନୁମାନଙ୍କୁ ବନ୍ଦୀ ଭାବରେ ଅଣାଗଲା । ରାବଣ ହନୁମାନଙ୍କୁ ଦଣ୍ଡ ଦେବା ପାଇଁ ତାଙ୍କର ଲାଞ୍ଜରେ ନିଆ ଲଗାଇବା ପାଇଁ ଆଦେଶ ଦେଇଥିଲେ । ଏ ବିଷୟରେ ଶ୍ରୀରାମଚରିତ ମାନସରେ ଲେଖାଯାଇଛି ଯେ ଯାହାର ଇଏ ବହୁତ ପ୍ରଂଶସା କରିଛି, ମୁଁ ଟିକେ ପ୍ରଭୁତା ଦେଖେ ।
-ଦରବାରରେ ରାବଣ ଓ ହନୂମାନ ଭୟ ଓ ନିର୍ଭୟତାର ସ୍ଥିତିରେ ଛିଡା ହୋଇଥିଲେ । ରାବଣ ବାରମ୍ବାର ହସୁଥିଲା, କାରଣ ସେ ନିଜର ଭୟ ଲୁଚାଇବା ପାଇଁ ଚାହୁଁଥିଲେ ।
-ସେ କହୁଥିଲା ଯେ ମୁଁ ଏହି ବାନରର ମାଲିକର କ୍ଷମତା ଦେଖିବାକୁ ଚାହୁଁଛି । ଶ୍ରୀରାମଙ୍କର ସାମର୍ଥ୍ୟ ଦେଖିବା ପଛରେ ତାକୁ ନିଜର ମୃତ୍ୟୁକୁ ଦେଖୁଥିଲା, ଯେତେବେଳେ କି ହନୁମାନ ମୃତ୍ୟୁ ଭୟରୁ ମୁକ୍ତ ଥିଲେ ।
– ରାବଣର ମନ ଅଶାନ୍ତ ଥିଲା, ଯେତେବେଳେ କି ହନୁମାନ ଶାନ୍ତ ମନରେ କହୁଥିଲେ ଓ ଆଗକୁ କ’ଣ କରିବେ ତା’ର ଯୋଜନା ମଧ୍ୟ କରୁଥିଲେ । ଆମକୁ ଜୀବନରେ ଯେବେ କୌଣସି ବିଶେଷ କାମ କରିବାକୁ ହୋଇଥାଏ ତ ନିର୍ଭୟତାରେ କାମ କରିବା ଦରକାର ଓ ମନକୁ ଶାନ୍ତ ରଖିବା ଆବଶ୍ୟକ । ଯେବେ ହନୁମାନଙ୍କର ଲାଂଜରେ ନିଆଁ ଲଗାଇ ଦାଆଗଲା ସେ ସାରା ଲଙ୍କାକୁ ଜଳାଇ ଦେଲେ ଓ ଠିକ ଭାବରେ ଶ୍ରୀରାମଙ୍କ ପାଖକୁ ଫେରିଗଲେ । ଶ୍ରୀରାମଙ୍କୁ କହିଲେ ଯେ ମାତା ସୀତା ରାବଣର ଲଙ୍କାରେ ଅଛନ୍ତି ।