ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଳିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ହେଲେ କେବେ ସ୍କୁଲ୍ ଖୋଲିବ, ସେନେଇ ବିଚାରବିମର୍ଶ ଚାଲିଥିବା ସେ କହିଛନ୍ତି । ପର୍ଯ୍ୟାୟକ୍ରମେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢ଼ା ପାଇଁ ମଧ୍ୟ ସ୍କୁଲ୍ ଖୋଲିବ । ତେବେ ନୂଆ ବର୍ଷ ପରେ ଏହିସବୁ ଶ୍ରେଣୀ ଖୋଲାଯିବା ନେଇ ଆଶା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ସ୍କୁଲ ଖୋଲିବା ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରି ଉପରେ ନିୟନ୍ତ୍ରଣ ପାଇଁ ଧରପକଡ ଅଭିଯାନ ଆରମ୍ଭ ହେବ । ଗତକାଲି ଅନୁଷ୍ଠିତ ସମନ୍ୱୟ କମିଟି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି । ଧରପକଡ ପାଇଁ ଜିଲ୍ଲାସ୍ତରରେ ସମନ୍ୱୟ କମିଟି ଓ ଇନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ ହୋଇଛି । ଏଥିସହିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ
ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।