ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀଙ୍କର ବିଶ୍ୱାସ ଓ ଭରସାର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନବକଳେବର ହେବ

0 857

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀଙ୍କର ବିଶ୍ୱାସ ଓ ଭରସାର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନବକଳେବର ହେବ । ୩୫ଶହ କୋଟି ଟଙ୍କା ବ୍ୟୟରେ ଏହାକୁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରତିଷ୍ଠାନରେ ପରିଣତ କରାଯିବ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଘୋଷଣା କରିଛନ୍ତି ।

 

ଏହି ପ୍ରକଳ୍ପ ୫ଞକାର୍ଯ୍ୟକ୍ରମ ଅଧିନରେ କାର୍ଯ୍ୟ କରିବ । ୨୦୨୪ ଜାନୁଆରୀ ସୁଦ୍ଧା ଏହାକୁ ଏମ୍‍ସ ପ୍ଲସ୍‍ରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

 

୫ ହଜାର ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ । ଏହି ଅବସରରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଜନସାଧାରଣଙ୍କୁ ସୁଲଭ ତଥା ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏହାର ଲକ୍ଷ୍ୟ ରହିଛି ।

Leave A Reply