ଆନ୍ଧ୍ରପ୍ରଦେଶ ଶ୍ରୀହରି କୋଟା ସ୍ଥିତ ସତୀଶଧାବନ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ପର୍ଯ୍ୟବେକ୍ଷଣ ଉପଗ୍ରହ ଇ.ଓ.ଏସ.-୧କୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି । ଏଥିସହ ୯ଟି ଉପଗ୍ରହ ମଧ୍ୟ ଉତ୍କ୍ଷେପଣ କରାଯାଇଛି । ଆଜି ଅପରାହ୍ନ ୩ଟା ୧୧ମିନିଟ୍ରେ ଏହା କରାଯାଇଥିଲା । ଏହା ହେଉଛି ପିଏସଏଲଭି ସି.- ୪୯ ଉତ୍କ୍ଷେପଣର ୫୧ତମ ମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉପଗ୍ରହ ଉତ୍କ୍ଷେପଣ ସଫଳତା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଆମ ବୈଜ୍ଞାନିକମାନେ ବହୁ କଷ୍ଟ ସ୍ୱୀକାର କରି ଏହି ଅଭିଯାନକୁ ସଫଳ କରିପାରିଛନ୍ତି ।