କଟକ- ସ୍ୟାଟ ଉଚ୍ଛେଦକୁ ପ୍ରତିବାଦ କରି ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହିବେ । ସ୍ୟାଟ ଉଚ୍ଛେଦ ନେଇ ନିକଟରେ ପ୍ରକାଶିତ ବିଜ୍ଞପ୍ତିକୁ ଆଇନଜୀବୀମାନେ ବିରୋଧ କରିଛନ୍ତି । ଏହାର ପ୍ରତିବାଦ ସ୍ୱରୂପ ଓଡିଶା
ହାଇକୋର୍ଟ ବାର ସମେତ କଟକରେ ଥିବା ବିଭିନ୍ନ ଆଇନଜୀବୀ ସଂଘର ସଦସ୍ୟମାନେ ଆସନ୍ତାକାଲି କାର୍ଯ୍ୟରୁ ନିବୃତ୍ତ ରହିବେ ବୋଲି ଜଣାପଡିଛି ।