୨୦୨୨ ମସିହା ପାଇଁ ପ୍ରତିରକ୍ଷା ସାହସିକତା ପୁରସ୍କାର ପ୍ରଦାନ

103

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ୨୦୨୨ ମସିହା ପାଇଁ ପ୍ରତିରକ୍ଷା ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ରାଷ୍ଟ୍ରପତିଙ୍କ ଠାରୁ ପରମ ବିଶିଷ୍ଟ ସେବା ପଦକ ଗ୍ରହଣ କରିଛନ୍ତି । ସେହିପରି କ୍ୟାପଟେନ୍‍ ଆଶୁତୋଷ କୁମାରଙ୍କୁ ମରଣୋତ୍ତର ଭାବେ ସୌର୍ଯ୍ୟଚକ୍ର ପୁରସ୍କାର ପ୍ରଦାନ କରାଯାଇଛି । ସେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସହ ସଂଘର୍ଷରେ ସହିଦ୍‍ ହୋଇଥିଲେ ।


ସେହିପରି ହାବିଲଦାର ଅନୀଲ ତୋମାର, ପିଙ୍କୁ କୁମାର, କାଶି ରାୟ ବମ୍ମାନାଲି, ନାଏବ ସୁବେଦାର ଶ୍ରୀଜିତ୍‍ ଏମ୍‍. ଏବଂ ସିପାହୀ ଯଶୱନ୍ତ ରେଡ୍ଡୀଙ୍କୁ ମରଣୋତ୍ତର ଭାବେ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି । ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମାରୋହରେ ଯୋଗଦେଇଥିଲେ ।

Comments are closed, but trackbacks and pingbacks are open.