ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି ଦୁର୍ବଳ ହେବାରେ ଲାଗିଛି । ଏହା ଆନ୍ଧ୍ରପ୍ରଦେଶ ଉପକୂଳକୁ ଗତି କରିବ । ଏହା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଣ୍ଟା ପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭାଲ୍ଲା କହିଛନ୍ତି । ଆଜି ଶ୍ରୀ ଭାଲ୍ଲା ବିପର୍ଯ୍ୟୟ ପରିଚାଳନା ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଉଭୟ ରାଜ୍ୟର ଜିଲ୍ଲା ପ୍ରଶାସନ ଗୁଡ଼ିକ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତିକୁ ଶ୍ରୀ ଭାଲ୍ଲା ପ୍ରଶଂସା କରିଛନ୍ତି ।
ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଓଡ଼ିଶାର ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଅଂଶଗ୍ରହଣ କରିଥିଲେ । ପାଣିପାଗ ବିଭାଗର ସୂଚନାକୁ ଆଧାର କରି କୋରାପୁଟ୍, ମାଲକାନାଗିରି, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଜିଲ୍ଲାର ହାଇଆଲଟ୍ ଜାରି କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି । ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲା ଗୁଡ଼ିକ ପାଇଁ ଓଡ୍ରାଫ୍ ଏବଂ ୫ଟି ଅଗ୍ନିସମ ବାହିନୀ ଦଳକୁ ସଜାଗ କରି ରଖାଯାଇଛି ।
Comments are closed, but trackbacks and pingbacks are open.