ଜାମ୍ମୁ କାଶ୍ମୀର ମିଳିତ ପରୀକ୍ଷା ପାଇଁ ବୟସ ସୀମାରେ କୋହଳ

98


ଜାମ୍ମୁ କାଶ୍ମୀର ମିଳିତ ପରୀକ୍ଷା ପାଇଁ ବୟସ ସୀମାରେ କୋହଳ କରାଯାଇଛି । ଗତକାଲି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ବିଭିନ୍ନ
ପ୍ରତିନିଧିମାନଙ୍କ ମଧ୍ୟରେ ବୈଠକ ଓ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଓପନ ମେରିଟ୍‍ ପ୍ରାର୍ଥୀମାନଙ୍କ
ପାଇଁ ବୟସସୀମା ୩୨ରୁ ୩୫କୁ ବୃଦ୍ଧି କରାଯାଇଛି ଏବଂ ସଂରକ୍ଷିତ ଓ ଇନ୍‍ସର୍ଭିସ ପ୍ରାର୍ଥୀମାନଙ୍କ ପାଇଁ ୩୪ବର୍ଷରୁ ୩୭ବର୍ଷକୁ ବୃଦ୍ଧି କରାଯାଇଥିବାବେଳେ ଭିନ୍ନକ୍ଷମମାନଙ୍କ ପାଇଁ ୩୮ବର୍ଷକୁ ବୃଦ୍ଧି କରାଯାଇଛି ।

ଉପରାଜ୍ୟପାଳ ଶ୍ରୀ ସିହ୍ନା ଟୁଇଟ୍‍ କରି କହିଛନ୍ତି, ଯୁବକମାନଙ୍କ ଆଶା ଆକାଂକ୍ଷାକୁ ସରକାର ବିଚାରକୁ ନେଇ ଜାମ୍ମୁ କାଶ୍ମୀର ମିଳିତ ପ୍ରତିଯୋଗିତା ପରୀକ୍ଷାଗୁଡିକ ସକାଶେ ଏହି ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ଏହି ପରୀକ୍ଷା ନିୟମିତଭାବେ କରାଯାଉ ନ ଥିଲା । ଏଣିକିନିୟମିତଭାବେ ପରୀକ୍ଷା କରିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ
ସିହ୍ନା କହିଛନ୍ତି । !

Comments are closed, but trackbacks and pingbacks are open.