୨୦୨୪-୨୫ମସିହା ସୁଦ୍ଧା ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ । ଯାହା ଦ୍ୱାରା ଦେଶର ମାଲପରିବହନ କ୍ଷେତ୍ରରେ ଅଭିବୃଦ୍ଧି ସାଧିତ ହେବ । ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏୟାର କାର୍ଗୋ ଫୋରମ ବାର୍ଷିକ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଏହା କହିଛନ୍ତି ।
ମାଲ ପରିବହନ କ୍ଷେତ୍ରରେ ସଂସ୍କାର ବିଷୟ ଉଲ୍ଲେଖ କରିବାକୁ ଯାଇ ଶ୍ରୀ ସିନ୍ଧିଆ କହିଛନ୍ତି, ଟାୟାର-୨ ଓ ଟାୟାର-୩ନଗରୀଗୁଡିକରୁ ୧୦ନିୟୁତ ମେଟ୍ରିକ ଟନ୍ ମାଲ ପରିବହନ ପାଇଁ କାର୍ଗୋ ଶିଳ୍ପ କ୍ଷେତ୍ର ଗୁଡିକ ଗୁରୁତ୍ୱଦେବାର ଆବଶ୍ୟକତା ରହିଛି । ସେ କହିଛନ୍ତି, ଛୋଟ ବିମାନଗୁଡିକ କିଣିବା ଦ୍ୱାରା ଏହି ଲକ୍ଷ୍ୟ ସାଧନ ହୋଇପାରିବ । କାର୍ଗୋ କ୍ଷେତ୍ରରେ ବ୍ୟବସାୟ ସହଜ କରିବା ବିଷୟ ପ୍ରତି ଗୁରୁତ୍ୱ ପ୍ରଦାନ କରି ଶ୍ରୀ ସିନ୍ଧିଆ କହିଛନ୍ତି, ଏହି ପ୍ରକ୍ରିୟାକୁ କାଗଜବିହୀନ, ସ୍ୱୟଂକ୍ଷମ ଓ ଡିଜିଟୀକରଣ କରିବାର ଆବଶ୍ୟକ ରହିଛି ।
କୋଭିଡ ମହାମାରୀ ସମୟରେ ଗତ ଦୁଇବର୍ଷଭିତରେ ବିମାନରେ ମାଲ ପରିବହନ ଦେଶ ସମେତ ବିଦେଶକୁ ମଧ୍ୟ ବହୁମାତ୍ରାରେ ପରିବହନ
ହୋଇଛି । ୨୦୧୩-୧୪ବର୍ଷରୁ ଭାରତୀୟ ବିମାନ ମାଲପରିବହନ କ୍ଷେତ୍ରରେ ଶତକଡା ୯ରୁ ୧୦ଭାଗ ଅଭିବୃଦ୍ଧି ସାଧିତ ହୋଇଛି ବୋଲି ସେ
କହିଛନ୍ତି । ଗତଦୁଇବର୍ଷ ଭିତରେ ଏୟାଲ ଲାଇନ୍ସଗୁଡିକ ମାଲପରିବହନ ରାଜସ୍ୱ ଆଦାୟ ଶତକଡା ୫୨୦ଭାଗ ବୃଦ୍ଧି ପାଇଛି ।
Comments are closed, but trackbacks and pingbacks are open.