ନୂଆଦିଲ୍ଲୀ ୨୫।୦୨।୨୦୨୦- ରାଉରକେଲା ସହରକୁ ଓଡିଏଫ୍ ଡବଲପ୍ଲସ ମାନ୍ୟତା ମିଳିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ୟୁସିଆଇ ସଂସ୍ଥା ରାଉରକେଲାରେ ସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ଏବଂ ସାମଗ୍ରିକ ସଫେଇ କାର୍ଯ୍ୟକୁ ଆଧାର କରି ସର୍ବେକ୍ଷଣ କରିବା ପରେ ଏହି ମାନ୍ୟତା ମିଳିଛି ।
ଆଗାମୀ ଦିନରେ ଏହି ମାନ୍ୟତା ବଜାୟ ରଖିବାଲାଗି ଶୌଚାଳୟ ବ୍ୟବହାର ଓ ପରିଚ୍ଛନ୍ନତା ଉପରେ
ଧ୍ୟାନ ଦେବାକୁ ମହାନଗର ନିଗମ କମିଶନର ଆହ୍ୱାନ ଦେଇଛନ୍ତି ।