ସହରୀକରଣ ଯୋଗୁଁ ହ୍ରାସ ପାଉଛି ପୈତୃକ ସଂପର୍କ

0 1,118

ଭୁବନେଶ୍ୱର: ଆଜିକାଲି ପିଲାମାନଙ୍କର ରକ୍ଷଣାବେକ୍ଷଣ ଏକାକୀ ପରିବାରରେ ହେଉଛି । ଅନେକ ଘରେ ଅଜା-ଆଈଙ୍କର ଭଲ ପାଇବା ପିଲାମାନଙ୍କୁ ମିଳିପାରୁନାହିଁ । କାରଣ କାମ ଖୋଜି ଏହି ପିଲାମାନଙ୍କର ମାତା-ପିତା ନିଜର ଘର ଓ ନିଜର ଜନ୍ମଭୂମିକୁ ଛାଡି ଦୂର କୌଣସି ସହରରେ ରହୁଛନ୍ତି କିନ୍ତୁ ଏହି ସବୁ ସାମାଜିକ ପରିସ୍ଥିତିଗୁଡିକରେ ନାକାରାତ୍ମକ ପ୍ରଭାବ ଆମକୁ ନିଜର ପିଲାମାନଙ୍କର ଉପରେ ପଡିବାକୁ ନଦେବା ଆବଶ୍ୟକ । ଆମକୁ ନିଜର ପିଲାମାନଙ୍କୁ କିଛି କଥା ଶିଖାଇବା ଜରୁରୀ ଅଟେ ।

ସହରୀକରଣ କାରଣରୁ ଲୋକମାନେ ଗାଁ ଛାଡି ପଲାଉଛନ୍ତି । ଏହି କାରଣରୁ କେତେ ପୀଢିର ପୁରୁଣା ସଂର୍ପକ ପ୍ରାୟ ଶେଷ ହୋଇଯାଇଛି, ଯାହା କେବେ ଆମର ଦୁଃଖ-ସୁଖରେ ଆମର ସହିତ ରହୁଥିଲେ । ଏହି କାରଣରୁ ପିଲାମାନଙ୍କ ସହିତ ବଡ଼ମାନଙ୍କ ମଧ୍ୟରେ ମଧ୍ୟ ଏକାକୀ ବଢିବାକୁ ପଡୁଛି । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ସହରରେ ରହିଲେ ମଧ୍ୟ ଗାଁରେ ରହିଥିବା ନିଜର ସଂର୍ପକୀୟ ସହିତ ଦୂରତା ନରଖନ୍ତୁ । ଯିବା-ଆସିବା ଓ କଥାବାର୍ତ୍ତା କରିବା ଆବଶ୍ୟକ । ଏଥିରେ ପିଲାମାନଙ୍କ ଜାଣି ପାରିବେ ଯେ ତାଙ୍କର ସଂପର୍କୀୟ କେଉଁମାନେ ।

ଏକାକୀ ପରିବାରରେ ପାଳନ ହୋଇଥିବା ପିଲାମାନେ ପରିବାର ଓ ସଂର୍ପକର ମହତ୍ତ୍ୱକୁ ଏତେ ଭିତରୁ ବୁଝିପାରନ୍ତି ନାହିଁ । ବଢୁଥିବା ସହରୀକରଣ ଓ ଟେକ୍ନୋଲୋଜି କାରଣରୁ ପିଲାମାନେ ଭିଡିଓ ଗେମ, ଟିଭି ବା କମ୍ପ୍ୟୁଟରରେ ବ୍ୟସ୍ତ ରହୁଛନ୍ତି । ଏଥିରେ ତାଙ୍କର ସାମାଜିକ ବିକାଶରେ ପ୍ରଭାବିତ ହୋଇଥାଏ । ଏହା ମାତା-ପିତାଙ୍କର ଦାୟିତ୍ୱ ଯେ ପିଲାମାନଙ୍କୁ ସଂର୍ପକର ମହତ୍ୱ ବିଷୟରେ ବୁଝାଇବା ଆବଶ୍ୟକ ।

ବଦଳି ଯାଇଛି ସଂଘର୍ଷ । ଆଜିର ମାତା-ପିତାଙ୍କୁ ଏହି କଥାକୁ ବୁଝିବାକୁ ହେବ ଯେ ଏବେ ପିଲାମାନଙ୍କର ସଂଘର୍ଷ ତାହା ରହି ନାହିଁ ଯାହାକି ଆମର ପିଲା ବେଳେ ହେଉଥିଲା । ଆମେ କେବଳ ଖେଳଣା ଓ କପଡା ପାଇଁ ବାପା-ମାଁଙ୍କ ପାଖରେ ଜିଦ କରୁଥିଲେ । ବହୁତ ହେଲେ କୁଆଡେ ବୁଲି ଯିବା ପାଇଁ ଜିଦ କରୁଥିଲେ । କିନ୍ତୁ ଆଜିକାଲିର ପିଲାମନଙ୍କୁ ଏହି ସବୁ ସୁଖ ଜନ୍ମ ସମୟରୁ ହିଁ ମିଳିଥାଏ, ଏମିତିରେ କେବଳ ସଂପର୍କ ନୁହେଁ ଜିନିଷ ଓ ଉପଲବ୍ଧିର ସମ୍ମାନ କରିବା ମଧ୍ୟ ପିଲାମାନଙ୍କୁ ଶିଖାଇବା ଆବଶ୍ୟକ । କେବଳ ଦୁଃଖରେ ନୁହେଁ ସୁଖ ପାଇଁ ମଧ୍ୟ ସଂର୍ପକର ଆବଶ୍ୟକତା ରହିଛି । ସଂର୍ପକକୁ ନେଇ ସବୁବେଳେ ଗୋଟିଏ କଥା ଶୁଣିବାକୁ ମିଳିଥାଏ ଯେ ଦୁଃଖ-ଦୁର୍ଦ୍ଦଶା ସମୟ ପାଇଁ

Leave A Reply