ରାଜ୍ୟର ୧୨ଟି ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ
ଭୁବନେଶ୍ୱର: ରାଜ୍ୟର ୧୨ଟି ବୁଥରେ ସାନି ମତଦାନ ପାଇଁ ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି । ଏହି ୧୨ଟି ବୁଥରେ ଏପ୍ରିଲ ୨୩ରେ ମତଦାନ ବେଳେ କୌଣସି ନା କୌଣସି କାରଣରୁ ମତଦାନରେ ବିଭ୍ରାଟ ଦେଖାଯାଇଥିଲା । ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମିିଳବା ପରେ ଏହି ନିମ୍ନଲିଖିତ ବୁଥ ଗୁଡ଼ିକରେ ସାନି ମତଦାନ ହେବ ।
ନିମ୍ନଲିଖିତ ଆସନ ଗୁଡ଼ିକରେ ଥିବା ମତଦାନ କେନ୍ଦ୍ର ଗୁଡ଼ିକ ହେଲା
୧) ବଡମ୍ବା: ୧୯୬ ଝଜିଆ ୟୁଜିଏମଇ ସ୍କୁଲ
୨) ଦେବଗଡ଼: ୧୮୩ ସିଆରିଆ ପ୍ରାଥମିକ ବିଦ୍ୟାଳୟ
୩) ବ୍ରହ୍ମଗିିରି: ୨୨୨ କମାଶାସନ-୨
୪) ସତ୍ୟବାଦୀ: ୭୮ ବଳଭଦ୍ରପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିରକେଶରପୁର
୫) ବ୍ରହ୍ମଗିରି: ୬୨ ଗାଦିବ୍ରହ୍ମ ପ୍ରାଥମିକ ବିଦ୍ୟାଳୟ, ବାଘମୁଣ୍ଡା
୬) ତାଳଚେର: ୮୫ ଜନ୍ଦାବାହାଲ
୭) ଆଠଗଡ଼: ୯୦ ଖୁଣ୍ଟାକଟା ପ୍ରାଥମିକ ବିଦ୍ୟାଳୟ
୮) ଆଠଗଡ଼: ୧୦୦ ସିତଲୋ ବାସୁଦେବପୁର ବିଦ୍ୟାଳୟ
୯) ଆଠଗଡ଼:୧୩୭ ରାଜନଗର ୟୁଜିଏମଇ ସ୍କୁଲ
୧୦) ଆଠଗଡ଼:୧୩୮ ରାଜନଗର ୟୁଜିଏମଇ ସ୍କୁଲ
୧୧) ଭୁବନେଶ୍ୱର (ମଧ୍ୟ): ସହୀଦ ନଗର ହାଇସ୍କୁଲ
୧୨) ଘଷିପୁରା: ୧୭୧ ଭୁଲାନୂଆଁଗା