ଘରୋଇ ବ୍ୟାଙ୍କ୍‍ଗୁଡ଼ିକରେ ଜମା ଟଙ୍କା ସୁରକ୍ଷିତ ରହିଛି -ଆର୍‍.ବି.ଆଇ

0 2,627

ମୁମ୍ବାଇ ୧୩.୦୩.୨୦୨୦- ଘରୋଇ ବ୍ୟାଙ୍କ୍‍ଗୁଡ଼ିକରେ ଜମା ଟଙ୍କା ସୁରକ୍ଷିତ ରହିଛି ଏବଂ ଏହି ବ୍ୟାଙ୍କଗୁଡ଼ିକରୁ ରାଜ୍ୟଗୁଡ଼ିକ ଜମା ଅର୍ଥ ନ ଉଠାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍.ବି.ଆଇ.) ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଘରୋଇ ବ୍ୟାଙ୍କରେ ଜମା ଅର୍ଥ ସୁରକ୍ଷିତ ନ ଥିବା ନେଇ ଗଣମାଧ୍ୟମରେ ସମ୍ବାଦ ପରିବେଷଣ ହେବା ପରେ ଆର୍‍.ବି.ଆଇ. ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କୁ ଦିଆଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଏଭଳି ତରବରିଆ ଭାବେ ଘରୋଇ ବ୍ୟାଙ୍କ୍‍ଗୁଡ଼ିକରୁ ଟଙ୍କା ଉଠାଇ ନେବା ଦ୍ୱାରା ବ୍ୟାଙ୍କିଙ୍ଗ୍‍ ଓ ଆର୍ଥିକ କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି । କୌଣସି ପ୍ରକାର ବିଭ୍ରାନ୍ତିକର ଧାରଣା ଉପରେ ବିଶ୍ୱାସ ନ କରିବାକୁ ଏହି ପତ୍ରରେ କୁହାଯାଇଛି । ଦେଶର ସମସ୍ତ ଘରୋଇ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ଓ ସେମାନଙ୍କ ଉପରେ ତତ୍ତ୍ୱାବଧାନ ରଖିବା କ୍ଷମତା ଆର୍‍.ବି.ଆଇ.ର ରହିଛି । ଏହି କ୍ଷମତା ବଳରେ ଜମାକାରୀଙ୍କ ଅର୍ଥକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଉଛି ବୋଲି କେନ୍ଦ୍ରୀୟବ୍ୟାଙ୍କ ନିଜ ପତ୍ରରେ ସ୍ପଷ୍ଟ କରିଛି

Leave A Reply