୨୦୨୦-୨୧ ବର୍ଷରେ ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି
କରାଯାଇଛି । ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି ।
ପୂର୍ବରୁ ଏହି ସମୟସୀମା ଏପ୍ରିଲ୍ ମାସ ୭ ତାରିଖ ଯାଏଁ ଥିଲା । ଅନ୍ୟ ପକ୍ଷରେ ସୋସାଇଟି ଗୁଡ଼ିକରେ ଫର୍ମ ଡିଜିଟାଇଜେସନ୍ର ସମୟସୀମା ଚଳିତ ମାସ ୧୦ ତାରିଖରୁ ଚଳିତ ମାସ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ନାମ ପଞ୍ଜିକରଣ ପାଇଁ ଆସୁଥିବା ଚାଷୀମାନଙ୍କୁ କୋଭିଡ୍ ନାଇଣ୍ଟିନ୍ ମାର୍ଗଦର୍ଶିକାର ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।