ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରଥମ ପ୍ରସ୍ତୁତି ବୈଠକ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ତିନିରଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା କାଠ ଖୁବ୍ ଶିଘ୍ର ପୁରୀରେ ପହଞ୍ଚିଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରକାଶ କରିଛନ୍ତି । ଏଥିସହ ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହେବ ସେ ବୋଲି ସେ କହିଛନ୍ତି । କରୋନା ସଂକ୍ରମଣ ବିଷୟରେ ସେ କହିଛନ୍ତି ରଥଯାତ୍ରା ସମୟରେ ପରିସ୍ଥିତି ଦେଖି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ।
ରଥଯାତ୍ରା ସମୟରେ ୧୩୦ ଜଣ ଡାକ୍ତର ଓ ୩୯୦ ଜଣ ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବାକୁ ବୈଠକରେ ସ୍ଥିର ହୋଇଛି । ଏହାଛଡା ପାନୀୟଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଅଣାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏହାଛଡା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସ୍ୱତନ୍ତ୍ର
ରେଳ ଓ ବସ ଚଳାଚଳ, ବସଭଡ଼ା ନିୟନ୍ତ୍ରଣ, ପଲ୍ଲିଶ୍ରୀ ମେଳା, ବର୍ଷାଜଳ ନିଷ୍କାସନ, ଡାକ ଓ ତାର ଏବଂ ସ୍ୱେଚ୍ଛାସେବୀ କାର୍ଯ୍ୟ ସମ୍ପର୍କରେ ଆଲୋଚନା
ହୋଇଛି ।
ସୂଚନାଯୋଗ୍ୟ, କୋଭିଡ୍ କଟକଣା ଯୋଗୁ ବିଗତ ୨ ବର୍ଷ ଧରି ସାଧାରଣ ଭକ୍ତଙ୍କୁ ରଥଯାତ୍ରାରେ ଅଂଶ ଗ୍ରହଣ କରିବାକୁ ବାରଣ କରାଯାଇଥିଲା । ତେବେ ଚଳିତ ବର୍ଷ ସାଧାରଣ ଭକ୍ତଙ୍କୁ ରଥଯାତ୍ରାରେ ଅଂଶ ଗ୍ରହଣ କରିବାକୁ ପ୍ରଶାସନ ଅନୁମତି ଦେଇଥିବାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ରଥଯାତ୍ରରେ ଯୋଗ ଦେବାର ସମ୍ଭାବନା ରହିଛି । ଏହି ବୈଠକରେଅନ୍ୟମାନଙ୍କ ମଧ୍ୟରେ ଏସ୍ପି କନୱର ବିଶାଲ ସିଂହଙ୍କ ସମେତ ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ଜିଲ୍ଲାର ବିଭିନ୍ନ ଅଧିକାରୀମାନେ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.