ଆସିଗଲାଣି ବର୍ଷା ଏଥର ଶୀଘ୍ର ମୌସୁମୀ – ଆଣ୍ଡାମାନରେ ଆରମ୍ଭ ହେଲାଣି ପ୍ରବଳ ବର୍ଷା

129

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଗତକାଲି ଆଣ୍ଡାମାନ ସାଗରରେ ଦକ୍ଷିଣ -ପଶ୍ଚିମ ମୌସୁମୀବାୟୁ ପ୍ରବେଶ କରିଛି । ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଜାରି ରହିଛି । ନିମ୍ନ କ୍ରାନ୍ତି ବଳୟ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ପବନ ସକ୍ରିୟ ହୋଇଥିବାରୁ ଏହା ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି । କେରଳରେ ଆସନ୍ତା ୨୭ ତାରିଖରେ ମୌସୁମୀ ପହଞ୍ଚିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।


ପାଣିପାଗ ବିଭାଗର ଆକଳନ ଅନୁସାରେ ସାଧାରଣତଃ ଆଣ୍ଡାମାନ ସାଗରରେ ମୌସୁମୀବାୟୁ ସକ୍ରିୟ ହେବାର ୧୧ ଦିନ ପରେ ମେ ୨୭ ତାରିଖ ବେଳକୁ କେରଳରେ ମୌସୁମୀ ବାୟୁ ସକ୍ରିୟ ହେବ । ଏଥର ମୌସୁମୀ ଶୀଘ୍ର ଆସୁଥିବାରୁ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଅର୍ଥାତ୍‍ ଜୁନ୍‍ ୬ରୁ ୭ ତାରିଖ ମଧ୍ୟରେ
ଏହା ଓଡ଼ିଶା ଉପକୂଳରେ ପହଞ୍ଚିବା ନେଇ ଅନୁମାନ କରାଯାଉଛି ।


ପାଣିପାଗ ବିଭାଗର ଆକଳନ ଅନୁସାରେ ତୃତୀୟ ବର୍ଷ ପାଇଁ ଦେଶରେ କ୍ରମାଗତ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି । ସମଗ୍ର ଦେଶରେ ମୌସୁମୀର ପ୍ରଭାବରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed, but trackbacks and pingbacks are open.