ଜମି ଦଖଲକୁ କେନ୍ଦ୍ର କରି ପୁରୀଜିଲ୍ଲା ସାତପଡା ଅଞ୍ଚଳରେ ଚାପା ଉତ୍ତେଜନା

0 101

ଜମି ଦଖଲକୁ କେନ୍ଦ୍ର କରି ପୁରୀଜିଲ୍ଲା ସାତପଡା ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ନାଥପୁର ଗ୍ରାମରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ଗତକାଲି ୫୦ରୁ ଉଦ୍ଧ୍ୱର୍ ବୋମାମାଡ ହୋଇଥିବା ଜଣାପଡିଛି । ପୂର୍ବରୁ ୩୫ ମୌଜାର ଦଖଲରେ ଥିବା ଜମିକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବଳପୂର୍ବକ ଦଖଲ କରିବା ଘେନି ଅଭିଯୋଗ ହୋଇଛି । ଗୁଳି ମାଡରେ ଜଣେ ବ୍ୟକ୍ତି ଆହତ ହେବା ସହିତ କେତେକଙ୍କ ଘରକୁ କିଛି ଦୁର୍ବୃତ୍ତ ପୋଡି ଦେଇଥିବା ଜଣାପଡିଛି ।

ଗୁଳିମାଡରେ ଗୁରୁତର ଆହତ ଯୁବକଙ୍କୁ ପୁରୀ ସଦର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେ ବି ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ଘ ଟଣାସ୍ଥଳରେ ମାଜିଷ୍ଟ୍ରେଟ୍‍ଙ୍କ ସମେତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ଶତାଧିକ ସଂଖ୍ୟକ ପୋଲିସ ଫୋର୍ସଙ୍କୁ ମୂତୟନ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

Leave A Reply