ସବୁଠି ଭସାଣୀ ପୁରୀରେ ଗୋସାଣୀ

0 1,107

ପୁରୀ – ବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ବିଜୟାଦଶମୀ ପରଦିନ ଏକାଦଶୀରେ
ପ୍ରସିଦ୍ଧ ଗୋସାଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହିଯାତ୍ରା ଦେଖିବାପାଇଁ ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିଲା ।
ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାର ସମ୍ମୁଖରେ ଦେବୀମାନଙ୍କର ଯେଉଁ ମେଳଣ ହୁଏ ତାହାକୁ ଗୋସାଣୀଯାତ୍ରା ବୋଲି କୁହାଯାଇଥାଏ । ମେଳଣରେ ଅଂଶଗ୍ରହଣ କରିଥିବା ବାରବାଟୀ, ଜହ୍ନିଖାଇ,
ଜହ୍ନିମୁଣ୍ଡିଆ, ଚକ୍ରକୋଟ, ମହେତଶ୍ୱରୀ, ହଜୁରୀ ଗୋସାଣୀ, ବନଦୁର୍ଗା ଆଦି ଗୋସାଣୀମୂର୍ତ୍ତି ସମେତ ବିରାଟକାୟ ନାଗାମୂର୍ତ୍ତି ଗୁଡିକ ଦର୍ଶନାର୍ଥୀମାନଙ୍କୁ ବେଶ୍‍ ଆକୃଷ୍ଟ କରିପାରିଥିଲା। ବିଳମ୍ବିତ ରାତିରେ
ଗୋସାଣୀ ସବୁକୁ ଶୋଭାଯାତ୍ରାରେ ନିଆଯାଇ ମୂଷାନଈ ଓ ସମୁଦ୍ରରେ ବିସର୍ଜନ କରାଯାଇଥିଲା ।

Leave A Reply