ସିସୋର୍ ଚିଟ୍ଫଣ୍ଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କୁ ୮ଟି ମାମଲାରେ ଜାମିନ ମଞ୍ଜୁର
କଟକ – ସିସୋର୍ ଚିଟ୍ଫଣ୍ଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କୁ ପୃଥକ ଭାବେ ଦାୟର ୮ଟି ଆଗୁଆ ଜାମିନ୍ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜାମିନ୍ ମଞ୍ଜୁର କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଚିଟ୍ଫଣ୍ଡ ଠକେଇ ନେଇ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଆବେଦନକାରୀ ବାଲେଶ୍ୱର ଜିଲ୍ଲା ସୋର ଥାନା, ସନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ଥାନାରେ ତିନିଟି, ସେକ୍ଟର-୧୯ ଥାନା, ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା, ନୂଆପଡ଼ା ଜିଲ୍ଲା ଜଙ୍କ ଥାନା ଓ ସୋନପୁର ଜିଲ୍ଲା ବିନିକା ଥାନାରେ ଦାୟର ମାମଲାରେ ଗିରଫ୍ଦାରୀ ଏଡାଇବା ପାଇଁ ଆଗୁଆ ଜାମିନ୍ ଆବେଦନ କରିଥିଲେ ।