ଭୁବନେଶ୍ୱର: ପୋକୋ ଇଣ୍ଡିଆ ୨୦୨୪ର ପ୍ରଥମ ତ୍ରୈମାସିକରେ ୭୨.୨%ର ଅସାଧାରଣ ବାର୍ଷିକ ଅଭିବୃଦ୍ଧି ହାସଲ କରି ୱାନ୍ପ୍ଲସ୍କୁ ପଛରେ ପକାଇଛି । ଆଇଡିସିର ସଦ୍ୟତମ ରିପୋର୍ଟ, ୨୦୨୪ର ପ୍ରଥମ ତ୍ରୈମାସିକରେ ୫.୯%ର ବଜାର ଅଂଶଧନ ସହିତ ପୋକୋର ପ୍ରଭାବଶାଳୀ ଅଭିବୃଦ୍ଧିକୁ ଆଲୋକପାତ କରିଛି । ଯାହା ଏହାକୁ ସ୍ମାର୍ଟଫୋନ୍ ସିପ୍ମେଂଟ୍ ଦୃଷ୍ଟିରୁ ୱାନ୍ପ୍ଲସ୍ଠାରୁ ଆଗରେ ରଖିଛି । ଏହି ସଫଳତା ହେଉଛି ଜେନ୍ ଜି ଜନସଂଖ୍ୟାକୁ ଟାର୍ଗେଟ୍ କରିବାର ପୋକୋର ପ୍ରଭାବୀ ରଣନୀତିର ଏକ ପ୍ରମାଣ । ୨୦୨୪ର ପ୍ରଥମ ତ୍ରୈମାସିକ ପାଇଁ ଏହି ନୂତନ ଆଇଡିସି ରିପୋର୍ଟ ପୋକୋ ପାଇଁ ଏକ ଶକ୍ତିଶାଳୀ ଅଭିବୃଦ୍ଧି ହାରକୁ ଉନ୍ମୋଚନ କରୁଛି, ଏହାକୁ ଭାରତରେ ଶୀର୍ଷ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ରାଣ୍ଡଗୁଡିକ ମଧ୍ୟରେ ୬ଷ୍ଠ ସ୍ଥାନରେ ଅବସ୍ଥାପିତ କରିଛି ।
୨୦୨୪ର ପ୍ରଥମ ତ୍ରୈମାସିକରେ ଚମତ୍କାର ଅଭିବୃଦ୍ଧିକୁ ନେଇ ନିଜର ଉତ୍ସାହ ବ୍ୟକ୍ତ କରି ପୋକୋ ଇଣ୍ଡିଆର କଂଟ୍ରି ହେଡ୍ ହିମାଂଶୁ ଟଣ୍ଡନ କହିଛନ୍ତି, “ ପୋକୋର ଉଲ୍ଲେଖନୀୟ ପ୍ରଗତି ଉଦ୍ଭାବନ ଏବଂ ଆମର ଉପଭୋକ୍ତାଙ୍କ ଆବଶ୍ୟକତା ସମ୍ପର୍କରେ ଗଭୀର ସୂଚନା ପ୍ରତି ଆମର ଦୃଢ ସମର୍ପଣଭାବର ସ୍ପଷ୍ଟ ପ୍ରତିଫଳନ ଅଟେ । ଆଗକୁ ବଢୁଥିବାରୁ, ଆମେ ଏହି ସଫଳତାକୁ ବଜାୟ ରଖିବା ଏବଂ ଶିଳ୍ପରେ ନୂଆ ବେଂଚ୍ମାର୍କ ସ୍ଥାପନ କରିବା ପାଇଁ ପୂର୍ବାପେକ୍ଷା ଅଧିକ ସଙ୍କଳ୍ପବଦ୍ଧ ରହିଛୁ । ଆମର ପୋକୋ ପରିବାରଠାରୁ ପାଇଥିବା ବିଶାଳ ସମର୍ଥନ ଓ ଭଲ ପାଇବା କାରଣରୁ ଆମେ ଏହି ସଫଳତା ପାଇପାରିଛୁ ।”
ବହୁମାତ୍ରାରେ ସଫଳ ହୋଇଥିବା ପୋକୋ ଏକ୍ସ୬ ସିରିଜ ଓ ପୋକୋ ସି୬୧ ସମେତ ପୋକୋର ସଦ୍ୟତମ ଉନ୍ମୋଚନଗୁଡିକ ସେଗୁଡିକର ଚମତ୍କାର ମୂଲ୍ୟ ଓ ପ୍ରଦର୍ଶନ କାରଣରୁ ତତ୍କାଳ ସଫଳତାରେ ପରିଣତ ହୋଇଛି । ମାର୍କେଟିଂ ଦୃଷ୍ଟିରୁ ପୋକୋ ଇଣ୍ଡିଆ ଏହାର ଶକ୍ତିଶାଳୀ ଆଭିମୁଖ୍ୟ ମାଧ୍ୟମରେ ସଫଳତାର ସହ ଜେନ୍ ଜି ଗ୍ରାହକଙ୍କ ସହ ଏକ ଶକ୍ତିଶାଳୀ ସଂଯୋଗ ବିକଶିତ କରିଛି । ଏଥିରେ ରଣନୈତିକ ସହଭାଗିତାଗୁଡିକ ସାମିଲ ରହିଛି ଯାହା ପୋକୋର ଉପସ୍ଥିତିକୁ ବହୁମାତ୍ରାରେ ବୃଦ୍ଧି କରିଛି । ଲୋକପ୍ରିୟ ରିଅଲିଟି ଶୋ’ ବିଗ୍ବସ୍ ଏବଂ ପ୍ରତିଷ୍ଠିତ ଫୁଡ୍ ଚେନ୍ ଟାକୋ ବେଲ୍ ସହିତ ସହଭାଗିତା ବିଭିନ୍ନ ଟଚ୍ପଏଂଟ୍ରେ ପୋକୋର ସ୍ଥିତିକୁ ମଜବୁତ କରିଛି ଏବଂ ଏକ ବିଶ୍ୱସ୍ତ ପ୍ରଶଂସକ ଆଧାର ସୃଷ୍ଟି କରିବାରେ ସାହାଯ୍ୟ କରିଛି । ଏଭଳି ଏକ ଅଭିବୃଦ୍ଧି ଯାତ୍ରା ସହିତ ପୋକୋ ଇଣ୍ଡିଆ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ନିଜର ପ୍ରାଧାନ୍ୟତାକୁ ବଜାୟ ରଖିବା ପାଇଁ ସୁବ୍ୟବସ୍ଥିତ ରହିଛି ।
Comments are closed, but trackbacks and pingbacks are open.