ସଟ୍‍ଡାଉନ୍‍ ନିୟମକୁ ଚାଲେଞ୍ଜ- ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା

0 1,014

କଟକ – ରାଜ୍ୟ ସରକାର ୨୦୨୦, ଜୁନ୍‍ ୧ ତାରିଖରେ ଜାରି କରିଥିବା ନୂଆ ନିୟମାବଳୀରେ ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟ୍‍ଡାଉନ୍‍ ସଂର୍ପକିତ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ‘କ୍ଲାପ୍‍’ ସଭାପତି ଡକ୍ଟର ବିକାଶ ଦାସଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ଜୁନ୍‍ ୧ରେ ରାଜ୍ୟ ସରକାର ନୂଆ ନିୟମାବଳୀ ଜାରି କରି ଜୁନ୍‍ ୩୦ ପର୍ଯ୍ୟନ୍ତ ଲକ୍‍ଡାଉନ୍‍ ସଂକ୍ରାନ୍ତରେ ଘୋଷଣା କରିଥିଲେ ।

ନିୟମାବଳୀରେ ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଂପୂର୍ଣ୍ଣ ଭାବେ ସଟ୍‍ଡାଉନ୍‍ କରାଯିବ ବୋଲି ସରକାର ଘୋଷଣା
କରିଥିଲେ । ଜୁନ୍‍ ୩୦ ତାରିଖ ପର୍ଯ୍ୟନ୍ତ ଏଭଳି ନିୟମ ବଳବତ୍ତର ରହିବ ବୋଲି ସରକାର କହିଥିଲେ । ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେବା
ଆଇନ୍‍ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ।

Leave A Reply