ଷ୍ଟାର ହେଲଥ ଇନସ୍ୟୁରାନ୍ସ ସହିତ ଫୋନପେର ସହଭାଗୀତା
ଭୁବନେଶ୍ୱର: ଗ୍ରାହକଙ୍କୁ ମାସିକ ଏବଂ ବାର୍ଷିକ ପେମେଂଟ ବିକଳ୍ପ ସହିତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ପାଇଁ ଫୋନପେ ପକ୍ଷରୁ ଭାରତର ସର୍ବବୃହତ ଖୁଚୁରା ସ୍ୱାସ୍ଥ୍ୟ ବୀମା କମ୍ପାନୀ, ଷ୍ଟାର୍ ହେଲଥ ଆଣ୍ଡ ଆଲାଏଡ୍ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ (ଷ୍ଟାର୍ ହେଲଥ ଇନସ୍ୟୁରାନ୍ସ) ସହ ସହଭାଗିତା ଘୋଷଣା କରାଯାଇଛି । ଏହି ସହଭାଗିତା ଦ୍ୱାରା ଫୋନପେ ଉପଭୋକ୍ତାମାନେ ଏବେ ଫୋନପେ ଆପରେ ‘ଷ୍ଟାର୍ କମ୍ପ୍ରେହେନ୍ସିଭ୍ ଇନସ୍ୟୁରାନ୍ସ ପଲିସି\’ର ଲାଭ ଉଠାଇପାରିବେ, ଯାହାର କଭରେଜ୍ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରହିବ । ପୂର୍ବରୁ ଏହାର ମୋଟର ବୀମା ପ୍ରଡକ୍ଟ ସହିତ ବଜାରକୁ ବ୍ୟାହତ କରିଥିବା ଫୋନପେ ଏହି ଶୁଭାରମ୍ଭ ସହିତ ସ୍ୱାସ୍ଥ୍ୟ ବୀମା ବର୍ଗରେ ଏହାର ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ବିକଳ୍ପଗୁଡ଼ିକୁ ଆହୁରି ବିସ୍ତାର କରିଛି । ଉପଭୋକ୍ତାମାନେ ୟୁପିଆଇ ଅଟୋପେ ମାଣ୍ଡେଟ୍ ସହିତ ସେମାନଙ୍କର ପ୍ରିମିୟମ୍ ପୈଠ କରିବାକୁ ଚୟନ କରିପାରିବେ ଏବଂ ଅତିରିକ୍ତ ସୁବିଧା ଉପଭୋଗ କରିପାରିବେ ।
ଷ୍ଟାର କମ୍ପ୍ରେହେନ୍ସିଭ୍ ଇନସ୍ୟୁରାନ୍ସ ପଲିସି ହେଉଛି ଏକ ପାୱାର ପ୍ୟାକଡ ବୀମା ଯୋଜନା ଯେଉଁଥିରେ ସବୁଠାରୁ ଲୋକପ୍ରିୟ ଓପିଡି ଏବଂ ମାତୃତ୍ୱ କଭରେଜ୍ ସୁବିଧା ସାମିଲ ରହିଛି । ଫୋନପେ\’ର ୟୁଜର ବେସ୍ ସହ କରାଯାଇଥିବା ବଜାର ଗବେଷଣାରୁ ଜଣାପଡିଛି ଯେ ସ୍ୱାସ୍ଥ୍ୟ ବୀମା କିଣିବା ସମୟରେ ଏହି ଦୁଇଟି ବୈଶିଷ୍ଟ୍ୟ ଗ୍ରାହକଙ୍କ ଦ୍ୱାରା ସର୍ବାଧିକ ପସନ୍ଦ କରାଯାଉଥିଲା । ଷ୍ଟାର କମ୍ପ୍ରେହେନ୍ସିଭ୍ ହେଲ୍ଥ ଇନସ୍ୟୁରାନ୍ସ ପଲିସି ହେଉଛି ଏକ ଏଣ୍ଡ-ଟୁ-ଏଣ୍ଡ ସ୍ୱାସ୍ଥ୍ୟ ବୀମା ପଲିସି ଯାହାର ବୀମା ରାଶି ୧ କୋଟି ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ । ଏହି ପଲିସିରେ ରୋଡ୍ ଆମ୍ବୁଲାନ୍ସ ଓ ଏୟାର ଆମ୍ବୁଲାନ୍ସ ଖର୍ଚ୍ଚ, ସୀମା ପର୍ଯ୍ୟନ୍ତ ବାହ୍ୟ ରୋଗୀ ଚିକିତ୍ସା ପରାମର୍ଶ, ଦାନ୍ତ ଓ ଚକ୍ଷୁ ଚିକିତ୍ସା ପାଇଁ ବାହାର ରୋଗୀ କଭରେଜ, ପ୍ରସବ ଖର୍ଚ୍ଚ, ଅଙ୍ଗଦାନ ଖର୍ଚ୍ଚ, ନବଜାତ ଶିଶୁଙ୍କ ପାଇଁ ଜନ୍ମର ପ୍ରଥମ ଦିନରୁ ଏକ ବର୍ଷ ହେବା ପର୍ଯ୍ୟନ୍ତ ଶିଶୁର ଟିକାକରଣ ଖର୍ଚ୍ଚକୁ ଅନ୍ତର୍ଭୁକ୍ତ କରାଯାଇଛି । ଷ୍ଟାର କମ୍ପ୍ରେହେନ୍ସିଭ୍ ହେଲଥ ଇନସ୍ୟୁରାନ୍ସ ପଲିସି ମଧ୍ୟ ସୁସ୍ଥତା କାର୍ଯ୍ୟକ୍ରମ ପ୍ରଦାନ କରେ ଯାହା ପ୍ରିମିୟମ ଏବଂ କଣ୍ଡିସନ ମ୍ୟାନେଜମେଂଟ କାର୍ଯ୍ୟକ୍ରମ ଉପରେ ରିହାତି ପ୍ରଦାନ କରେ । ଏହାବ୍ୟତୀତ, ଏହି ପଲିସିରେ ବାର୍ଷିକ ସ୍ୱାସ୍ଥ୍ୟ ଯାଂଚ, ୧୦୦% ପର୍ଯ୍ୟନ୍ତ ବୀମା ରାଶିର ସ୍ୱୟଂଚାଳିତ ପୁନଃସଂରକ୍ଷଣ ଏବଂ ବୀମାଭୁକ୍ତ ରାଶିର ୧୦୦% ପର୍ଯ୍ୟନ୍ତ ସଂଚିତ ବୋନସ ପ୍ରଦାନ କରିଥାଏ ।
ଫୋନପେ ଇନସ୍ୟୁରାନ୍ସର ସିଇଓ ବିଶାଲ ଗୁପ୍ତା କହିଛନ୍ତି ଯେ, “ଷ୍ଟାର ହେଲଥ ସହ ଏହି ସହଭାଗିତାକୁ ନେଇ ଫୋନପେ ଉତ୍ସାହିତ । ଫୋନପେର ବିତରଣ, ଗ୍ରାହକ କେନ୍ଦ୍ରୀତ ଆଭିମୁଖ୍ୟ ଏବଂ ସରଳ ଡିଆଇୱାଇ ଯାତ୍ରା ସହିତ ଷ୍ଟାରର ଭିନ୍ନ ଲାଭ ଦେଶରେ ବୀମା ଗ୍ରହଣୀୟତା ଏବଂ ପ୍ରବେଶକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ ।” ଷ୍ଟାର ହେଲଥ ଇନସ୍ୟୁରାନ୍ସର ଏମଡି ଏବଂ ସିଇଓ ଆନନ୍ଦ ରୟ କହିଛନ୍ତି ଯେ, “ଆମେ ଫୋନପେ ସହ ସହଭାଗିତା କରି ଜେନ୍ ଜେଡ୍ ଏବଂ ମିଲେନିୟଲ୍ସକୁ ଲକ୍ଷ୍ୟ କରି ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବାକୁ ଉତ୍ସାହିତ ଅଛୁ । କାରଣ ଏହି ଗୋଷ୍ଠୀର ଲୋକମାନେ ଡିଜିଟାଲ୍ ବାସିନ୍ଦା ଅଟନ୍ତି । ଷ୍ଟାର୍ ହେଲ୍ଥ ଇନସ୍ୟୁରାନ୍ସ ଏବଂ ଫୋନ୍ ପେ ମଧ୍ୟରେ ସହଭାଗିତା ଗ୍ରାହକମାନଙ୍କୁ ଏକ ଅସୁବିଧାମୁକ୍ତ ପେମେଂଟ ବିକଳ୍ପ ପ୍ରଦାନ କରିବ ଯାହା ପକେଟ ପାଇଁ ହାଲୁକା ହେବା ସଙ୍ଗେ ସଙ୍ଗେ ସେମାନଙ୍କ ସୁସ୍ଥତା ଆବଶ୍ୟକତାକୁ ପୂରଣ କରିବ । ଆମେ ଏହି ସହଭାଗିତା ମାଧ୍ୟମରେ ଆମର ଡିଜିଟାଲ ପହଂଚକୁ ବିସ୍ତାର କରିବାକୁ ଅପେକ୍ଷା କରିଛୁ ।”
Comments are closed, but trackbacks and pingbacks are open.