ସ୍ନାନଯାତ୍ରା ଶେଷ-ଶ୍ରୀମନ୍ଦିରରେ ପଟି ଦିଅଁଙ୍କର ପୂଜା ଆରମ୍ଭ

0 7,554

ପୁରୀ – ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ନାନଯାତ୍ରା ଓ ହାତୀବେଶ ଅନୁଷ୍ଠିତ ହୋଇଯାଇଛି । ପରେ
ଚତୁର୍ଦ୍ଧାମୂର୍ତ୍ତଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ବାହୁଡା ପହଣ୍ଡିରେ ଅଣସର ଘରକୁ ନେଇଛନ୍ତି । ଅଣସରଘରେ ପ୍ରବେଶ ପୂର୍ବରୁ
ଶ୍ରୀଜୀଉମାନଙ୍କର ଶ୍ରୀମସ୍ତକରେ ଲଗାଯାଇଥିବା ସୁନାଚିତା ଓ ରାହୁରେଖା ଆଦିକୁ ଖୋଲି ବାହାର କରିଦିଆଯାଇଛି । ସେଠାରେ ଶ୍ରୀବିଗ୍ରହମାନେ ୧୫ଦିନ ପର୍ଯ୍ୟନ୍ତ ରହିବେ ।

ଦଇତାପତି ସେବକମାନଙ୍କ ପକ୍ଷରୁ ପ୍ରଭୁଙ୍କର ଗୁପ୍ତ ସେବା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଶ୍ରୀଜୀଉମାନଙ୍କ ଅନୁପସ୍ଥିତିରେ ଆଜିଠାରୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ପୂଜା କରାଯିବାର ବିଧି ରହିଛି । ପରମ୍ପରା ଅନୁଯାୟୀ ଏହି ସମୟରେ ପୁରୀ ଜିଲ୍ଲାର ବ୍ରହ୍ମଗିରିସ୍ଥିତ
ପ୍ରସିଦ୍ଧ ଅଲାରନାଥଙ୍କୁ ଦର୍ଶନ କରିବା ଲାଗି ଭକ୍ତମାନେ ଯାଇଥାନ୍ତି ।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସମସ୍ତ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଅଲାରନାଥ ମନ୍ଦିର ତଥା ଏହାର ଆଖପାଖ ଅଞ୍ଚଳରେ ଗତକାଲି ମଧ୍ୟରାତ୍ରିରୁ ଆସନ୍ତା ୨୦ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି ।

Leave A Reply