ପାଟକୁରା . – ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯାଇଛି । ଏହି ନିର୍ବାଚନ ଲାଗି ପ୍ରଚାରକାର୍ଯ୍ୟ ଗୁରୁବାର ସଂଧ୍ୟାରେ ଶେଷ ହୋଇଛି ।
ପାଟକୁରା ବିଧାନସଭା ମଣ୍ଡଳୀରେ ୨ଲକ୍ଷ ୪୭ ହଜାର ୭୪୭ଜଣ ଭୋଟର ମତଦାନ କରିବେ । ସେଥିମଧ୍ୟରୁ ୧ଲକ୍ଷ ୨୭ହଜାର ୪୩୧ଜଣ ପୁରୁଷ, ୧ଲକ୍ଷ ୭ହଜାର ୩୦୬ ଜଣ ମହିଳା ଏବଂ ୧୦ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ୧୩୮ଟି ସମ୍ବେଦନଶୀଳ ବୁଥ ପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ । ମୋଟ ୧୦ଜଣ ପ୍ରାର୍ଥୀ ପାଟକୁରା ବିଧାନସଭା ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେଥିମଧ୍ୟରୁ ୯ଜଣ ପୁରୁଷ ଓ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି ।ରବିବାପ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯିବ । ଆସନ୍ତା ୨୪ ତାରିଖରେ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।
Sign in
Sign in
Recover your password.
A password will be e-mailed to you.
Next Post