ରାଜ୍ୟରେ ଅନଲାଇନରେ ଶିକ୍ଷାଦାନ କରାଯାଉଥିବା ବିଦ୍ୟାଳୟଗୁଡିକରେ ସମସ୍ତ ଛାତ୍ରଛାତ୍ରୀ ଯେପରି ଏହି ସୁବିଧା ପାଇପାରିବେ ତାହା ନିଶ୍ଚିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ
କଟକ – ରାଜ୍ୟରେ ଅନଲାଇନରେ ଶିକ୍ଷାଦାନ କରାଯାଉଥିବା ବିଦ୍ୟାଳୟଗୁଡିକରେ ସମସ୍ତ ଛାତ୍ରଛାତ୍ରୀ ଯେପରି ଏହି ସୁବିଧା ପାଇପାରିବେ ତାହା ନିଶ୍ଚିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଫି ଛାଡ ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଓଡିଶା ହାଇକୋର୍ଟ ନୋଟିସ ଜାରି କରିଛନ୍ତି ।
ଆସନ୍ତା ୨୪ତାରିଖରେ ସ୍କୁଲ ଫି ଛାଡ ସମ୍ପର୍କୀତ ସମସ୍ତ ମାମଲାର ଏକତ୍ରଭାବେ ଶୁଣାଣି କରିବେ ବୋଲି ହାଇକୋର୍ଟ କହିଛନ୍ତି । ସୂଚନାଯୋଗ୍ୟ, ଲକ୍ଡାଉନ ପରିସ୍ଥିତିରେ ୪ମାସ ପାଇଁ ସ୍କୁଲ ଫି ଛାଡ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି ।